Header ADS

"ଜାଗା ମିଶନ"ପରାମର୍ଶଦାତାଙ୍କ ସହ ନୀଳଗିରି ଏନଏସି ଅଧ୍ୟକ୍ଷା ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ।

 


ନୀଳଗିରି, ୧୬/୭ - ନୀଳଗିରି ଏନଏସି ରେ ଓଡ଼ିଶା ସରକାରଙ୍କ "ଜାଗା ମିଶନ" ଜରିଆରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଯୋଗାଇ ଦେବା ପାଇଁ କିଛିଦିନ ପୂର୍ବରୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ନିଜେ ନୀଳଗିରି ଆସି ପଟ୍ଟା ବାଣ୍ଟିଥିଲେ। ଏହାକୁ ତ୍ଵରାନିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରବିବାର ରାଜ୍ୟ ଉପଦେଷ୍ଟା ଶାଶ୍ଵତୀ ମିଶ୍ର ଓ ସମାଜସେବୀ ରଶ୍ମିତା ମଲ୍ଲିକ ନୀଳଗିରି ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷା ଅମ୍ବିକା ଦାସ, ଉପାଦକ୍ଷ ମହେନ୍ଦ୍ର ବେହେରା ଓ ସମସ୍ତ କାଉନସିଲର ସହ ମିଶି ବସ୍ତି ବାସିନ୍ଦାଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବାସହ  ଜାଗା ମିଶନ ଜରିଆରେ ଭୂମିହୀନ ମାନଙ୍କୁ ଶୀଘ୍ର ପଟ୍ଟା ଯୋଗାଇ ଦିଆଯିବ ସେ ବିଷୟରେ ଆଲୋଚନା କରିଥିଲେ। ଯାହା ଫଳରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିବା ପରିବାର ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ପରେ ଉପଦେଷ୍ଟା ଶାଶ୍ଵତୀ ମିଶ୍ର ଙ୍କ ସହ ଅଧ୍ୟକ୍ଷା ଅମ୍ବିକା ଦାସ ଓ ଉପାଦକ୍ଷ ଶ୍ରୀ ବେହେରା ବିଭିନ୍ନ ବସ୍ତିକୁ ଯାଇ ବୁଲି ଦେଖିବା ସହିତ ଭୂମିହୀନ ପରିବାରଙ୍କ ସହ ଆଲୋଚନା କରିଥିଲେ।

Post a Comment

أحدث أقدم
Header ADS