Header ADS

ପାଣିଟାଙ୍କି ଭୁସୁଡ଼ିବା ଘଟଣା, ଖବର ପ୍ରସାରଣ ପରେ ଟାଙ୍କି ପରିଦର୍ଶନ କଲେ ବିଭାଗୀୟ ଅଧିକାରୀ।

 



ନୀଳଗିରି, ୧୫/୦୭ -
ନିମ୍ନ ମାନର ତିଆରି ହୋଇଥିବା ପାଣି ଟାଙ୍କି ଉପରକୁ ଯିବା ପାଇଁ ସିଡ଼ି ଗଳିପଡ଼ିବା  ଘଟଣା ଖବର ପ୍ରସାରଣ ପରେ ଚେଇଁକି ଉଠିଛି ବିଭାଗୀୟ ଅଧିକାରୀ।  ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବେଗୁନିଆ ପଞ୍ଚାୟତ ଦୁମଗଣ୍ଡିରା ଖେଳ ପଡିଆ ପାର୍ଶ୍ଵରେ ଥିବା ବଡ଼ ପାଣି ଟାଙ୍କିରେ ଗୁରୁବାର ଅପରାହ୍ନ ୫ ଟା  ସମୟରେ  ପାଣି ଟାଙ୍କି ଉପରକୁ ଯିବା ପାଇଁ ବନାଯାଇଥିବା ସିଡ଼ିଟି ହଟାତ ଗଳିପଡ଼ିଥିଲା । ଏହି ଖବର ଟି ଓଡ଼ିଶା ଆଦର୍ଶ ଲାଇଭ ପୋର୍ଟାଲ ରେ  ପ୍ରସାରିତ ହେବାପରେ ଶନିବାର ସକାଳୁ ସକାଳୁ ବିଭାଗୀୟ ଅଧିକାରୀ ଙ୍କ ଗାଡ଼ି ଦୁମଗଣ୍ଡିରା ପାଣି ଟାଙ୍କି ପାଖରେ ପହଞ୍ଚିଥିଲା। ଏହି ବିଭାଗୀୟ ଅଧିକାରୀ ମାନେ ଉକ୍ତ ପାଣି ଟାଙ୍କି ପାଖକୁ ଯାଇଥିଲେ ଏବଂ ସାମାନ୍ୟ କ୍ଷତି ହେଇଛି ବୋଲି କହି ଘଟଣାକୁ ଏଡେଇବାକୁ ଚେଷ୍ଟା କରୁଥିବା ଉପସ୍ଥିତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତେବେ ଏହି ପାଣି ଟାଙ୍କି ଟି ୧.୦୯ କୋଟି ଅଟକଳ ମୂଲ୍ୟରେ ହୋଇଥିବା ବେଳେ ୯/୪/୨୦୧୫ ରେ ତତ୍କାଳୀନ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ତେବେ କିଛି ବର୍ଷ ତଳେ ନିର୍ମାଣ ହୋଇଥିବା  ଏହି ପାଣି ଟାଙ୍କିରୁ ପାଣି ଝରିବା ଏବଂ ସିଡି ଗଳି ପଡ଼ିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳିଥିବାବେଳେ ଆଜି ବିଭାଗୀୟ ଅଧିକାରୀ ଙ୍କ ଏହିଭୋଳି ମନ୍ତବ୍ୟ କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ଏହି ପାଣି ଟାଙ୍କି ଯେ କେତେବେଳେ ଗଳିପାରେ ଏଥିରେ କିଛି ସନ୍ଦେହ ନାହିଁ। 

ତେବେ ପାଣି ଟାଙ୍କି କୁ ଶୀଘ୍ର ମରାମତି କରିବା ଏବଂ ପାଣି ଟାଙ୍କିକୁ ବନେଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ଗ୍ରାମବାସୀ।


Post a Comment

أحدث أقدم
Header ADS