Header ADS

ଭୁଶୁଡିଲା ପାଣିଟାଙ୍କି ର ସିଡି।ନିମ୍ନମାନର କାମ ପାଇଁ ଏଭଳି ହୋଇଥିବା ଅଭିଯୋଗ।

 




ନୀଳଗିରି, ୧୪/୦୭ - ଗାଁ ଠୁଁ ସହର ସବୁଆଡେ ପାନୀୟ ଜଳର ସମସ୍ୟା ପାଇଁ ବଡ଼ ବଡ଼ ପାଣି ଟାଙ୍କି ନିର୍ମାଣ କରୁଛନ୍ତି ରାଜ୍ଯ ସରକାର ଆଉ ଏହି ପାଣି ଟାଙ୍କି ର କାର୍ଯ୍ଯ ଏତେ ନିମ୍ନ ମାନର ହେଉଛି ଯେ ଟାଙ୍କି ଉପରକୁ ଯିବା ପାଇଁ ସିଡ଼ି ଗଳି ପଡୁଛି।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବେଗୁନିଆ ପଞ୍ଚାୟତ ଦୁମଗଣ୍ଡିରା ଖେଳ ପଡିଆ ପାର୍ଶ୍ଵରେ ଥିବା ବଡ଼ ପାଣି ଟାଙ୍କିରେ। ଗୁରୁବାର ସନ୍ଧ୍ୟା ୫ ଟା ସମୟରେ ଏହି ବଡ଼ ପାଣି ଟାଙ୍କି ଉପରକୁ ଯିବା ପାଇଁ ବନାଯାଇଥିବା ସିଡ଼ିଟି ହଟାତ ଗଳିପଡ଼ିଛି । ଏହି ପାଣି ଟାଙ୍କି ପାର୍ଶ୍ଵରେ ଏକ ଅଙ୍ଗନୱାଡ଼ି ରହିଛି ଭଗ୍ୟବଶତ ଯେଉଁ ସମୟରେ ଏହି ସିଡି ଟି ଗଳିଲା ସେତେବେଳେ ତଳେ କେହି ନଥିଲେ ନହେଲେ କଣ ଯେ ଘଟଣା ଘଟିଥନ୍ତା କହିବା ମୁସ୍କିଲ।

ତେବେ ଏହି ପାଣି ଟାଙ୍କି ଟି ୧.୦୯ କୋଟି ଅଟକଳ ମୂଲ୍ୟରେ ହୋଇଥିବା ବେଳେ ୯/୪/୨୦୧୫ ରେ ତତ୍କାଳୀନ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ତେବେ କିଛି ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପାଣି ଟାଙ୍କିରୁ ପାଣି ଝରିବା ଏବଂ ସିଡି ଗଳି ପଡ଼ିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଆଜି ସିଡି ଗଳିଛି କାଲି ପୁରା ଟାଙ୍କିବି ଗଳିପାରେ ଏଥିରେ କିଛି ସନ୍ଦେହ ନାହିଁ। 

ତେବେ ପାଣି ଟାଙ୍କି କୁ ଶୀଘ୍ର ମରାମତି କରିବା ଏବଂ ପାଣି ଟାଙ୍କିକୁ ବନେଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

Post a Comment

Previous Post Next Post
Header ADS