ନୀଳଗିରି ୧୦/୦୭ :- ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ସ୍ବର୍ଗତ ହିମାଂଶୁ କୁମାର ଦାସଙ୍କ ପତ୍ନୀ ଚିନ୍ମୟୀ ଦାସଙ୍କର ଆଜି ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବରୁଣସିଂ ଗାଁରେ ଜନ୍ମ ଗ୍ରହଣ କରିଥିଲେ। କିଛି ମାସ ଧରି ସେ ଅସୁସ୍ଥ ଥିଲେ। ଗତ କାଲି ତାଙ୍କ ଦେହ ଅଧିକ ଖରାପ ହେବା ସହ ସେ ନିଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଭୁବନେଶ୍ଵର ର ଏକ ଘରେଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ପରଲୋକ ଘଟିଛି।
ତାଙ୍କର ଦୁଇପୁଅ ସଞ୍ଜୟ କୁମାର ଦାସ ଓ ସଂଗ୍ରାମ ଦାସ ଙ୍କ ସହ ଦୁଇ ବହୁ, ନାତି ନାତୁଣୀ ଏବଂ ପୁତୁରା ଝିଆରୀ ମାନେ ଅଛନ୍ତି। ତାଙ୍କର ଦୁଇ ଭାଇ ଓ ପାଞ୍ଚ ଭଉଣୀ ମଧ୍ୟରୁ ଚିନ୍ମୟୀ ବଡ଼ ଥିଲେ। ଚିନ୍ମୟୀ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବନ୍ଧୁ ବାନ୍ଧବ, ବିଭିନ୍ନ ଶିଳ୍ପ ଅନୁଷ୍ଠାନର କର୍ମ କର୍ତ୍ତା ଓ ବାଲେଶ୍ଵର ଶିଳ୍ପ ମହାସଂଘ ର କର୍ମକର୍ତ୍ତା ତାଙ୍କ ଘରକୁ ଆସି ଶେଷ ଦର୍ଶନ କରିଛନ୍ତି।
Post a Comment