Header ADS

ନୀଳଗିରି ରେ ୧୬୦ ଗ୍ରାମ ଧଳା ଜହର ଜବତ।

 


ନୀଳଗିରି,୦୭/୦୭ - ନୀଳଗିରି ଏନ ଏ ସି ଅଧୀନ କଦମସାହି ଛକରୁ ୧୬୦ ଗ୍ରାମର ଧଳା ଜହର ସହିତ ଗୋଟିଏ ବାଇକ ଓ ଜଣେ ଦୁର୍ବୃତ୍ତକୁ କାବୁ କରିଛି ନୀଳଗିରି ଅବକାରୀ ବିଭାଗ। ଶୁକ୍ରବାର ସକାଳ ୯ ଟା ସମୟରେ ବେପାରୀ  ଜଣକ ବାଇକ ଯୋଗେ ଧଳାଜହର ବିକ୍ରି କରିବାକୁ ଯିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତକୁ କାବୁ କରିଥିଲା ନୀଳଗିରି ଅବକାରୀ ବିଭାଗ।ଅଭିଯୁକ୍ତ ଜଣକ ନୀଳଗିରି ଥାନା ଅଧୀନ ଖଡିପଦା ଗ୍ରାମର ବଳରାମ ପୁଟି(୩୪) ବୋଲି ଜଣାପଡିଥିବା ବେଳେ ତାଙ୍କ ନିକଟରୁ ୧୬୦ ଗ୍ରାମର ଧଳା ଜହର ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ,ଓ ଗୋଟିଏ ବାଇକ ଯାହାର ନମ୍ବର (ଓଆର ୦୧ ଏଚ ୮୭୮୪) ବୋଲି ଜଣାପଡିଛି। ଅଭିଯୁକ୍ତକୁ ଧାରା ୨୧ ବି ଅନୁଯାୟୀ କୋର୍ଟ ଚାଲଣ କରାଯାଇଛି। ଏହି ଚଢାଉରେ ନୀଳଗିରି ଅବକାରୀ ବିଭାଗର ଏସଆଇ ନୃସିଂହ ନାରାୟଣ ରଥ,ଏଏସଆଇ ଜୟମାଧବ ଦାସ ପଟ୍ଟନାୟକ,କନେଷ୍ଟବଳ ଦେବାଶିଷ ମଲ୍ଲିକ ଏବଂ ପିଙ୍କି ମାରାଣ୍ଡୀ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS