Header ADS

ପୋଖରିରେ ପଡ଼ି ୪ବର୍ଷ ନାବାଳକ ର ମୃତ୍ୟୁ।


 ନୀଳଗିରି, ୦୬/୦୭ :- ପୋଖରିରେ ପଡ଼ି ୪ବର୍ଷ  ନାବାଳକ ର ମୃତ୍ୟୁ। ଏଭୋଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ସିଆଡିମାଳ ପଞ୍ଚାୟତ ଅଧୀନ ଚତର ଗ୍ରାମରେ। ଚତର ଗାଁ ର ଦିବ୍ୟରଞ୍ଜନ ମେଦିନୀରାୟ ଙ୍କ ୪ ବର୍ଷ ପୁଅ ଅନିସ୍ ମେଦିନୀରାୟ ଆଜି ଅପରାହ୍ନ ରେ ଘର ବାହାରକୁ ନିଜ ବୁଢୀମା ସହିତ ଖେଳିବାକୁ ଆସି ଥିବା ବେଳେ ବୁଢି ମା ଙ୍କ ଅନ୍ୟମନସ୍କ ଯୋଗୁଁ ଖେଳୁ ଥିବା ସମୟରେ ଅନିସ ପାଖରେ ଥିବା ଏକ ପୋଖରି ରେ ପଡିଯାଇଥିଲା।  ଅନିସକୁ ଆଖି ସାମ୍ନାରେ ନ ପାଇ ବୁଢ଼ିମା ଖଜିଥିଲେ ଏବଂ ପାଖରେ ଥିବା ପୋଖରି ରେ ଅନିଶ କୁ ଦେଖି ଚିତ୍କାର କରିଥିଲେ ହେଲେ ସେତେବେଳକୁ ବହୁତ ବିଳମ୍ୱ ହୋଇଯାଇଥିଲା  । ତେବେ ଅନିଶ୍ କୁ ତୁରନ୍ତ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ହେଲେ ଡାକ୍ତର ଅନିସ କୁ ମୃତ ଘଷଣା କରିଥିଲେ। ତେବେ ଅନିସର ଦୁଇ ଦିନ ପୂର୍ବରୁ ଜନ୍ମଦିନ ପାଳନ ହୋଇଥିବା ବେଳେ ବୁଧବାର ଅପରାହ୍ନ ରେ ମୃତ୍ୟୁ କୁ ନେଇ ସମଗ୍ର ସିଆଡିମାଳ ଅଞ୍ଚଳ ର ଶୋକର ଛାୟା ଖେଳିଯାଇଛି।


Post a Comment

Previous Post Next Post
Header ADS