Header ADS

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

 


ନୀଳଗିରି, ୨୯/୦୭ :-ନୀଳଗିରି ଏନ ଏ ସି ଅଧୀନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଦିନିକିଆ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନ ଉତ୍ସବରେ ଅର୍ଜୁନ ଆର୍ଚର୍ଯ୍ୟ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ମନୋଜ କୁମାର ରାଉତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଜୟନ୍ତ କୁମାର ଦାସ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ବାରିକ ମଞ୍ଚାସିନ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅର୍ଚାର୍ଯ୍ୟ ଭଗଵାନ ପ୍ରଧାନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ପ୍ରଭା ମଞ୍ଜରି ନାୟକ ଓ ବନଜା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ଏହି ବିଜ୍ଞାନ ମେଳାରେ ମୋଟ ୩୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ସେଥି ମଧ୍ୟରୁ ଶିଶୁ  ବର୍ଗର ୧୫ଟି ବାଲ୍ୟ ବର୍ଗର ରେ ୧୦ଟି ଓ  କିଶୋର ବର୍ଗରେ ୧୦ ଟି ପ୍ରକଳ୍ପ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା।ଏହା ସହିତ ବିଭିନ୍ନ ବିଭାଗରେ ବିଜ୍ଞାନ ପ୍ରଶ୍ନ ମଞ୍ଚ, ଗଣିତ ପ୍ରଶ୍ନ ମଞ୍ଚ, ସଂସ୍କୃତ ଜ୍ଞାନ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପତ୍ର ବାଚନ, ବିଜ୍ଞାନ ପ୍ରୟୋଗ, ମୂର୍ତ୍ତୀକଳା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉଦଯାପନୀ ଉତ୍ସବରେ ସ୍ୱରସ୍ଵତି ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଦୈତାରୀ ବାରିକ୍ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ଶିଶୁ ବିଦ୍ୟା ମନ୍ଦିର ର କୋଷା ଧକ୍ଷ ପ୍ରଦୀପ କୁମାର ବେହେରା ଉପସ୍ଥିତ ଥିଲେ।ନୀଳଗିରି ନିଜିଗଡ ଗ୍ରାମର ସୁଧୀର କୁମାର୍ ପାତ୍ର ଙ୍କ ଝିଅ ବୈଷ୍ଣବ ପାତ୍ର ପ୍ରଥମ ପୁରସ୍କାର ଅର୍ଜନ କରି ମୂଖ୍ୟ ଅତିଥି ଙ୍କ ଦ୍ଵାରା ପୁରଷ୍କୃତ ହୋଇଥିଲେ।ପରିଶେଷରେ ମହେନ୍ଦ୍ର ବାରିକ   ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା ,ଗୁରୁଜୀ ,ସେବକ ଓ ସେବିକା ମାନେ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS