ବାଲେଶ୍ଵର, ୩୦/୦୭ :- ଯେଉଁ ଫଟୋଗ୍ରାଫି ପାଈଁ ସାରା ଦେଶରେ ପରିଚିତ ହୋଇଥଲେ , ସେହି ଫଟୋଗ୍ରାଫି ହିଁ ଫଟୋଗ୍ରାଫର ଅମିତାଂଶୁଙ୍କ ଜୀବନ ନେଇଛି। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ ବାଙ୍କିସାହି ଗାଁର ଭାସ୍କର ବେହେରା ଓ ସେବତୀ ବେହେରାଙ୍କ ପୁଅ ଅମିତାଂଶୁ ପିଲାଟି ଦିନରୁ ସେ ଫଟୋ ଉଠାଇବାରେ ସଉକ ରଖିଥିଲେ। ପାଠପଢ଼ା ସମୟରୁ ସେ ଫଟୋଗ୍ରାଫି ପ୍ରତି ଦୁର୍ବଳତା ରଖିଥିବା ବେଳେ ସୂର୍ଯ୍ୟପରାଗର ଫଟୋ ଉଠାଇ ବେଶ ଚର୍ଚ୍ଚିତ ହୋଇଥିଲେ। ଯାହାକୁ ଫେସବୁକରେ ପୋଷ୍ଟ କରିବା ପରେ ସେହି ଫଟୋ ବିଶ୍ୱସ୍ତରକୁ ପହଞ୍ଚି ଯାଇଥିଲା। ତାଙ୍କ ଭଳି ଲକ୍ଷାଧିକ ଲୋକ ଫଟୋ ପୋଷ୍ଟ କରିଥିଲେ ହେଲେ ଭାରତର ଏକମାତ୍ର ଫଟୋଗ୍ରାଫର ଭାବେ ତାଙ୍କୁ ସୋନି ୱାର୍ଲ୍ଡ ଫଟୋଗ୍ରାଫି ତରଫରୁ ସମ୍ମାନ ବି ମିଳିଥିଲା ଏବଂ ବିଭିନ୍ନ ସଙ୍ଗଠନ ଏବଂ ଚଳିତ ବର୍ଷ ନୀଳଗିରିରେ ହେଇଥିବା ୟୁଥ୍ ଫେଷ୍ଟ୍ ରେ ମଧ୍ୟ ତାଙ୍କୁ ସମ୍ମାନୀତ କରାଯାଇଥିଲେ।
ଅମିତାଂଶୁ ମୟୂରଭଞ୍ଜ ର କୁଣ୍ଡାବାଇ RDC କଲେଜ ର +୩ ସାଇନ୍ସ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର।ତେବେ ଶନିବାର କିଛି ସାଙ୍ଗ ମାନଙ୍କ ସହିତ ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଥିବା ଟୁଙ୍କି ଝରଣା ବୁଲିବାକୁ ଯାଇଥିଲେ ଏବଂ ସେଠାରେ ଫୋଟ ଉଠାଇବା ପାଇଁ ପାଣିକୁ ଡେଇଁଲେ ଆଉ ତାଙ୍କ ସାଙ୍ଗ ଫୋଟ ଉଠାଉଥିଲେ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ଅମିତାଂଶୁ ସିନା ପାଣି କୁ ଡେଇଁଲେ ହେଲେ ଆଉ ପାଣି ସୁଅ ରୁ ଉଠି ପାରିଲେନି । ଘଟଣା ସମ୍ପର୍କରେ ସାଙ୍ଗ ମାନେ ସ୍ଥାନୀୟ ପୋଲିସ ଏବଂ ଦମକଳ ବାହୀନି କୁ ଯୋଗାଯୋଗ କରିଥିଲେ ଏବଂ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଦମକଳ ବାହୀନି ପହଞ୍ଚି ବହୁ ଖୋଜା ଖୋଜି କରିବା ପରେ ଅମିତାଂଶୁ ଙ୍କ ମୃତ ଦେହ ଉଦ୍ଧାର ହୋଇଥଲା। ତେବେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଏପଟେ ପୁଅର ମୃତ୍ୟୁ ଖବର ପାଇ ପାଗଳ ପ୍ରାୟ ହୋଇଚି ସାରା ପରିବାର। ସ୍ତବ୍ଦ ହୋଇଯାଇଛି ସାରା ଗାଁ।
Post a Comment