ନୀଳଗିରି , ୧୧/୦୭ - ଆଜି ଦିନ ପ୍ରାୟ ୧୧ଟା ହବ ସବୁଦିନ ପରି ଆଜିବି ଚଳଚଞ୍ଚଳ ଥିଲା ନୀଳଗିରି ତହସିଲ କାର୍ଯ୍ୟାଳୟ ହେଲେ ଠିକ୍ ଏହି ସମୟରେ ଦୁଇ ଅଚିହ୍ନା ଲୋକ ଏକ ୮୦ ବର୍ଷର ବୃଦ୍ଧ ଲୋକକୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଛାଡି ଚାଲିଯାଇଥିଲେ। ବୃଦ୍ଧ ଲୋକ ଜଣକ କିଛି ସମୟ ପରେ ବସିଥିବା ସ୍ଥାନରୁ ଉଠି ପଡି ଚାଲିବାରୁ ତଳେ ପଡିଯାଇଥିଲେ । ଏହି ଘଟଣା ନୀଳଗିରି ତହସିଲଦାର ରଞ୍ଜନ କୁମାର ବେହେରା ଜାଣିବାକୁ ପାଇବା ପରେ ଅଚିହ୍ନା ବୃଦ୍ଧଙ୍କୁ ତୁରନ୍ତ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ଏବଂ ବୃଦ୍ଧଙ୍କୁ ଚିକିତ୍ସା କରାଇଥିଲେ। ତେବେ ତହସିଲଦାର ରଞ୍ଜନ କୁମାର ବେହେରା ଙ୍କ ଏହି ଭୋଳିି ମହତ କାର୍ଯ୍ୟ ପାଇଁ ଅଞ୍ଚଳରୁ ପ୍ରଶଂସା ର ସୁଅ ଛୁଟିଛି।
ତେବେ ବୃଦ୍ଧ ଲୋକଟିର ପରିଚୟ ମିଳିନଥିବା ବେଳେ ସେ ସଜନାଗଡ ଅଞ୍ଚଳର ଗୌରାଙ୍ଗ ବେହେରା ନାମକ ବ୍ୟକ୍ତି ଙ୍କ ନାମ ନେଉଥିବା ଜଣାପଡ଼ିଛି।
إرسال تعليق