Header ADS

ନିଜ ଶାଢ଼ୀରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା ।

 



ନୀଳଗିରି, ୧୦/୭ - ଘର ପଂଖାରେ ନିଜ ଶାଢ଼ୀରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ। ସୂଚନା ଅନୁଯାଇ ନୀଳଗିରି ଥାନା ବାଲିଗୋହିରୀ ଗ୍ରାମର ଶିବନାରାୟଣ ମହାପାତ୍ର (୪୬) ନୀଳଗିରି ବସଷ୍ଟାଣ୍ଡ ନିକଟରେ ଏକ ବଜାଜ ସୋରୁମ୍ କରି ସେଠାରେ ରହି ଆସୁଥିଲେ। ସାଙ୍ଗରେ ନିଜ ପତ୍ନୀ ଦେବସ୍ମିତା ମହାପାତ୍ର (୩୫) ଓ ଦଶ ବର୍ଷର ପୁଅ ମଧ୍ୟ ରହୁଥିଲେ। ନିଜ ପୈତୃକ ଘର ବାଲିଗୋହିରିରେ ବାପା ମା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ରହୁଥିବା ବେଳେ ଶିବନାରାୟଣ ସ୍ତ୍ରୀ ଓ ପୁଅ ସହିତ ଦୀର୍ଘଦିନ ଧରି ବଜାଜ ସୋରୁମର ଉପର ମହଲା ଘରେ ରହୁଥିଲେ। ଦୈନନ୍ଦିନ ପରି ସୋମବାର ସ୍ତ୍ରୀ ଦେବସ୍ମିତା ଭୋରରୁ ମର୍ଣିଂୱାକ ରେ ଯାଇ ଘରକୁ ଫେରି ଘର କାମରେ ଲାଗି ଯାଇଥିଲେ। ସ୍ଵାମୀ ଶିବନାରାୟଣ ସ୍ନାନଶୌଚ ସାରି ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ମନ୍ଦିରରୁ ଫେରି ଘର କବାଟ ବନ୍ଦଥିବା ଦେଖି ଡାକପକାଇଥିଲେ। ମାତ୍ର ସ୍ତ୍ରୀ କବାଟ ନଖୋଲିବାରୁ ବାଧ୍ୟ ହୋଇ କବାଟ ଭାଙ୍ଗି ଘରକୁ ପଶି ଶୋଇବାଘରେ ଥିବା  ଫେନ୍ ରେ ସ୍ତ୍ରୀ ଶାଢ଼ୀ ସାହାଯ୍ୟରେ ଫାଶୀ ଲଗାଇ ଦେଇଥିବାର ଦେଖିବାକୁ ପାଇଥିଲେ। ତେବେ ନୀଳଗିରି ପୋଲିସ ଖବର ପାଇ ୧୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। 

ନୀଳଗିରି ହସ୍ପିଟାଲ ରେ ଶବ ବ୍ୟବଚ୍ଛେଦ ପରେ ଶବକୁ ହସ୍ତାନ୍ତର କରାଯାଇ ଗାଁ ଶ୍ମଶାନରେ ଶବଦାହ କରାଯାଇଛି। ଜଣେ ସ୍ୱଚ୍ଛଳ ଏବଂ ସମ୍ଭ୍ରାନ୍ତ ଘରର ମହିଳା କଣ ପାଇଁ ଏତେବଡ ନିଷ୍ପତ୍ତି ନେଲେ ତାହା ତଦନ୍ତ ସାପେକ୍ଷ।ତେବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ପାଇଁ ଦେବସ୍ମିତା ଏଭଳି ଚରମ ନିଷ୍ପତି ନେଇଥିବା ଆଲୋଚନା ହେଉଛି।


Post a Comment

أحدث أقدم
Header ADS