ନୀଳଗିରି,୧୩/୭ - ନୀଳଗିରି ବ୍ଲକ୍ ଗରଡିହି ପଞ୍ଚାୟତ ବାଙ୍କୀସାହି ଗ୍ରାମରେ ଥିବା ଏକମାତ୍ର ପୋଖରୀରେ ବିଷ ପ୍ରୟୋଗ କରିବାଦ୍ୱାରା ପୋଖରୀରେ ଥିବା ସମସ୍ତ ମାଛ ମରିଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ଗୁରୁବାର ସକାଳେ ବାଙ୍କିସlହି ଗ୍ରାମର କିଛି ମହିଳା ପୋଖରୀକୁ ଯାଇ ମାଛ ମରିଥିବା ଦେଖି ଗ୍ରାମର ଲୋକମାନଙ୍କୁ ଜଣାଇଥିଲେ।
କିଛି ମାସ ପୂର୍ବରୁ ୧୫ହଜାର ଟଙ୍କାରେ ମାଛ ଯାଆଁଳା ଗ୍ରାମ କମିଟି ଦ୍ଵାରା ଛଡାଯାଇଥିଲା। ତେବେ ଗ୍ରାମ କମିଟି ଦ୍ବାରା ମାଛ ଚାଷ କରାଯାଇଥିବା ବେଳେ କେହି ଖଳ ପ୍ରକୃତିର ଲୋକ ହିଂସା ପରାୟଣ ହୋଇ ପୋଖରୀରେ ବିଷ ପକାଇଥିବା ଆଶଙ୍କା କରାଯାଇଛି। ଗତ ୫ମାସ ତଳେ କାକୁଡିପାଳ ଗ୍ରାମର ସନ୍ତୋଷ ରାଉତ ଓ ରାଜେଶ ବେହେରା ଉକ୍ତ ପୋଖରୀରେ ମାଛ ଧରୁଥିବା ବେଳେ ଗ୍ରାମବାସୀ ମାନେ ଧରି ବରହମପୁର ଥାନାରେ ଅଭିଯୋଗ ପରେ ଥାନାବାବୁଙ୍କ ଉପସ୍ଥିତିରେ ୨ହଜାର ଟଙ୍କା ଦେଇ ସମାଧାନ ହୋଇଥିଲା। ତେବେ ଆଜିର ଘଟଣାରେ ଉପରୋକ୍ତ ଦୁଇଜଣ ଆକ୍ରୋଶ ମୂଳକ ଭାବେ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରି ଆଜି ଗ୍ରାମବାସୀଙ୍କ ତରଫରୁ ଏକ ଲିଖିତ ଏତଲା ବରହମପୁର ଥାନାରେ ଦେଇଛନ୍ତି।
Post a Comment