କେଉଁଝର, ୧୨/୦୭ - ଡକାୟତି ଘଟଣାରେ ଗିରଫ ଡକାୟତ ଥାନା ହାଜତ ରୁ ଚମ୍ପଟ | ପୋଲିସ ର ଅନେକ ପ୍ରୟାସ ପରେ ମଧ୍ୟ ମିଳୁନି ପତ୍ତା | ମୋବାଇଲ ଓ ଦୋକାନ ରୁ ଡକାୟତି ଘଟଣା ରେ ଆନନ୍ଦପୁର ଥାନା ଫକୀରପୁର ଗାଁର ଅମର ସାହୁ ଙ୍କୁ ଅନେକ ଚେଷ୍ଟା କରି ହଦଗଡ ଅଞ୍ଚଳରୁ ଗିରଫ କରିଥିଲା ଆନନ୍ଦପୁର ପୋଲିସ |
ତେବେ ଗତକାଲି ରାତିରୁ ଅମର କୁ ଗିରଫ କରାଯାଇଥିବା ବେଳେ ଆଜି ଭୋର ସମୟରୁ ସେ ଥାନା ହାଜତ ରୁ ଫେରାର ହୋଇ ଯାଇଛି | ଘଟଣା ପରେ ଆନନ୍ଦପୁର ପୋଲିସ ତତ୍ପରତା ର ସହିତ ଚାରିଆଡେ ତନାଘନା ଆରମ୍ଭ କରିଛି |
Post a Comment