ନୀଳଗିରି ୧୫/୬ :- ଆସନ୍ତା ୨୨ ତାରିଖ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ନୀଳଗିରି ଗସ୍ତ କୁ ନେଇ ନୀଳଗିରି ବିଜୁ ଜନତା ଦଳ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରି ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଙ୍କ ତତ୍ତ୍ଵବଧାନ ସଭାଟି ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ସଭାପତି ଶ୍ରୀ ବିଜୟ ଲେଙ୍କା ଉକ୍ତ ସଭା ପରିଚାଳନା କରିଥିଲେ । ଏହି ସଭା ରେ ବରିଷ୍ଠ ବିଜେଡି ନେତା ଶରତ ରାଜ, ଅନ୍ତର୍ଯ୍ୟାମୀ ବାଗୁଡ଼ାଇ , ଶରତ ଦାସ ,ଜଳଧର ନାୟକ , ଉଦୟ ଜ୍ୟୋତି ମହାନ୍ତି, ପ୍ରଭାକର ଦାସ , ଧୀରେନ୍ଦ୍ର ମୁଦୁଲି , ଜ୍ଞାନରଞ୍ଜନ ପଣିଆ , ପ୍ରଫୁଲ୍ଲ କୁମାର ଦାସ , ବିଶ୍ବମ୍ବର ଦାସ , ଦୀପ୍ତିକାନ୍ତ ଦାସ , ଓ ଅନ୍ୟ ବରିଷ୍ଠ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ ।
Post a Comment