Header ADS

ଓଡ଼ିଶା ଡ୍ରାଇଭର ମହାସଂଘ ଔପଦା ବ୍ଲକ୍ ତରଫ ରୁ ନୀଳଗିରି ବାହୁଡା଼ ରଥ ଯାତ୍ରା ରେ ଦହି ସର୍ବତ ବଣ୍ଟନ।

 


ନୀଳଗିରି, ୩୦/୦୬ :- ପବିତ୍ର ବାହୁଡା଼ ରଥ ଯାତ୍ରା ଅବସରରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ଓଡ଼ିଶା ଡ୍ରାଇଭର ମହାସଂଘ ଔପଦା ବ୍ଲକ ଡ୍ରାଇଭର ମାନଙ୍କ ତରଫରୁ ଭକ୍ତ ମାନଙ୍କୁ ମାଗଣା ଦହି ସର୍ବତ ବଣ୍ଟନ କରଯାଇଛି।

ଏହି ଅବସରରେ ନୀଳଗିରି ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।

ପ୍ରଚଣ୍ଡ ଗରମ ଏବଂ ଗୁଳୁଗୁଳି କୁ ଲକ୍ଷ କରି ଏହି ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ବୋଲି କହିଛନ୍ତି ଡ୍ରାଇଭର ସଂଘ ର ସଦସ୍ୟ।

ଏହି କାର୍ଯ୍ୟକ୍ରମ ରେ ଔପଦା ଡ୍ରାଇଭର ମହାସଂଘ ର ଏଡମିନ ମୃତ୍ୟୁଞ୍ଜୟ ବେହେରା ଏବଂ ନୀଳଗିରି ଡ୍ରାଇଭର ମହାସଂଘ ର ଏଡମିନ ଗଗନ ବିହାରୀ ଦାସ ଙ୍କ ମିଳିତ ଉଦ୍ୟମରେ ଔପଦା ର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ।


Post a Comment

Previous Post Next Post
Header ADS