Header ADS

ସୋନ ନଦୀରୁ ମିଳିଲା ଯୁବକଙ୍କ ମୃତଦେହ, ଦିନକ ପୂର୍ବରୁ ହୋଇଥିଲେ ନିଖୋଜ


ନୀଳଗିରି , ୨୭/୦୬ :- ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ କାଠପାଳ ଠାରେ ଥିବା ସୋନ ନଦୀ କୂଳରେ ଏକ ଯୁବକର ମୃତଦେହ ମଙ୍ଗବାର ସକାଳେ ଦେଖିବାକୁ ପାଇଥିଲେ। ଖବର ଟି ପ୍ରଘଟ ହେବା ପରେ ସୋନ ନଦୀ କୂଳରେ ଲୋକଙ୍କ ଭିଡ଼ ଲାଗିଥିଲା।  ମୃତକ ଜଣକ ହେଲେ କରଞ୍ଜିଆ ଗ୍ରାମ ର ଚିତ୍ତରଞ୍ଜନ ଦଣ୍ଡପାଟ। 

ଗୋଟେ ଦୀନ ପୁର୍ବରୁ ଚିତ୍ତରଞ୍ଜନ ନିଖୋଜ ହୋଇଥିବା ବେଳେ ପାରିବାର ଲୋକ ଖୋଜାଖୋଜି କରିଥିଲେ ହେଁ ଚିତ୍ତରଞ୍ଜନ ଙ୍କୁ ପାଇନଥିଲେ। ତେବେ ଚିତ୍ତରଞ୍ଜନ ଙ୍କ ମୃତ ଦେହ ନଦୀ ରୁ ମିଳିବା ପରେ ମୃତ୍ୟୁ କୁ ନେଇ ସନ୍ଦେହ କରୁଛନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Post a Comment

Previous Post Next Post
Header ADS