Header ADS

ସାମ୍ବାଦିକଙ୍କ ନାମରେ ଲାଗିଲା ମାଓ ପୋଷ୍ଟର


 ଓଡ଼ିଶା ଆଦର୍ଶ ବ୍ୟୁରୋ :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଡେଙ୍ଗେନ ଛକ ନିକଟରେ ଲାଗିଛି ମାଓ ପୋଷ୍ଟର । ତିନି ୱେବ ସାମ୍ବାଦିକଙ୍କ ନାଁରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ୱେବ ସାମ୍ବାଦିକ ଯୁବତୀଙ୍କୁ ଚାକିରି ଆଳରେ ଶାରିରୀକ ସମ୍ପର୍କ ରଖି ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଥିବା ପୋଷ୍ଟରରେ ଉଲ୍ଲେଖ ରିହିଛି । ତୁରନ୍ତ ଆଦିବାସୀଙ୍କଠୁ ଆଣିଥିବା ଟଙ୍କା ସପ୍ତାହ ମଧ୍ୟରେ ଫେରସ୍ତ ପାଇଁ ମାଓବାଦୀଙ୍କ ପକ୍ଷରୁ କୁହାଯାଇଛି ।


ଏହାସହ ଅନ୍ୟ ଜଣେ ସାମ୍ବାଦିକ ସରକାରୀ ଶିକ୍ଷକ ମାନଙ୍କୁ ହଇରାଣ କରି ଟଙ୍କା ମାଗୁଥିବା ମାଓ ପୋଷ୍ଟରରେ ଉଲ୍ଳେଖ ରହିଛି । ଯଦି ଏହି ସବୁ ଠକ କାମ ନଛାଡ଼ିବେ ତେବେ ପ୍ରଜାକୋର୍ଟରେ ଦଣ୍ଡିତ ହେବେ ବୋଲି ମାଓବାଦୀମାନେ ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post
Header ADS