Header ADS

ଆକ୍ସନ ମୋଡରେ ନୀଳଗିରି ରେଞ୍ଜର, ୨ଦିନରେ ୨ କାଠଗାଡି ଜବତ,

 


ନୀଳଗିରି, ୧୧/୫:- ନୀଳଗିରି ବନ ବିଭାଗ ରେଞ୍ଜର ଆଇସା ଏ. ନିଶା ଏବେ ଚୋରା କାଠ ମାଫିଆଙ୍କୁ ସାବାଡ କରିବା ପାଇଁ ଏକ୍ସନ ମୋଡରେ ଅଛନ୍ତି। ନା ଅଛି ଡର ନା ଅଛି ଜୀବନ ପ୍ରତି ଭୟ । ସମସ୍ତଙ୍କୁ ପଛରେ ପକାଇ ଶେଷରେ କାଠ ମାଫିଙ୍କୁ ସାବାଡ କରିଛନ୍ତି । ଲଗାତାର ୨ ଦିନରେ ୨ଟି ମୂଲ୍ୟାବାନ କାଠ  ବୋଝେଇ ପିକଅପକୁ ଜବତ କରିଥିବା ବେଳେ ଚୋରା କାଠ ମାଫିଆ ଜବତ ଗାଡିକୁ ଛଡାଇ ନେବାପାଇଁ ରାସ୍ତାରେ ଗଛ କାଟି ପକାଇ ଦେଇଥିଲେ। ଏଥିପ୍ରତି ରେଞ୍ଜର ଭ୍ରୁକ୍ଷେପ ନକରି ଅଗ୍ନିଶମ ବିଭାଗକୁ କଲ କରିଥିଲେ। ଘଟଣା ସ୍ଥଳରେ ଅଗ୍ନିଷମ ପହଂଚି ଗଛକୁ ହଟାଇଲା ପରେ ଜବତ ଗାଡିକୁ ସଜନାଗଡରେ ରଖିଥିଲେ । ବୁଧବାର ଦିନ ସୋମନାଥପୁର ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ପିକଅପ ଜବତ କରିଛନ୍ତି ରେଞ୍ଜର । ଉକ୍ତ କାଠର ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି। ନୀଳଗିରି ରେଞ୍ଜର ଆଇସା ଏ. ନିଶା ବିଶେଷ ସୂତ୍ରରୁ ଖବର ପାଇ ମିତ୍ରପୁର ବିଟ ହାଉସର କର୍ମଚାରୀକୁ ନେଇ ଚୋରା କାଠ ବୋଝେଇ ଭେନ ଟିକୁ ଜବତ କରିଥିଲେ। ଲଗାତାର ୨ ଦିନରେ ୨ଟି ଚୋରା ଗାଡି ଜବତ କରିବା ଯୋଗୁ ପୁଷ୍ପା ଫିଲ୍ମ ର କାହାଣୀ ଭୋଳି କାଠ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ରେଞ୍ଜରଙ୍କ ଅଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ତେବେ ନୀଳଗିରି ଅଞ୍ଚଳରେ କିଏ ଏହି କାଠ ମାଫିଆ ପୁଷ୍ପା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Post a Comment

Previous Post Next Post
Header ADS