Header ADS

ସ୍ୱର୍ଣ୍ଣଚୁଡ ଯୁବ ମହୋତ୍ସବ ଦ୍ଵାରା ଆୟୋଜିତ ବିଶାଳ ରକ୍ତଦାନ ଶିବିର ରୁ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ

 


ନୀଳଗିରି,୨୩/୦୪/୨୩ :- ସ୍ୱର୍ଣ୍ଣଚୁଡ ଯୁବ ମହୋତ୍ସବ ଆନୁକୂଲ୍ୟରେ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।ସୂଚନା ଅନୁଯାୟୀ ନୀଳଗିରି ରକ୍ତ ଭଣ୍ଡାର ରେ ଆବଶ୍ୟକତା ଠାରୁ କମ୍ ରକ୍ତ ରହୁଥିବାରୁ ନୀଳଗିରି ଉପଖଣ୍ଡ ସ୍ତରୀୟ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ନୀଳଗିରି ର ଅଗ୍ରଣୀ ଯୁବ ଗୋଷ୍ଟି ମାନଙ୍କ ଦ୍ବାରା ଗଠିତ ସ୍ଵର୍ଣ୍ଣଚୁଡ ଯୁବ ମହୋତ୍ସବର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିଥିଲେ। 

 ଏହି ରକ୍ତଦାନ ଶିବିରକୁ ନୀଳଗିରି ଆଇ ଆଇ ସି ଗୋପାଳଚନ୍ଦ୍ର କର୍ଣ୍ଣ ଫିତା କାଟି ଉଦଘାଟନ କରିଥିଲେ।ଆୟାଜିତ ଏହି ବିଶାଳ ରକ୍ତଦାନ ଶିବିର ରେ ମୋଟ୍ ୧୧୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ସୂଚନା ମିଳିଛି।


ତେବେ ନୀଳଗିରି ସ୍ଵର୍ଣ୍ଣଚୁଡ ପାହାଡ ନାମରେ ନାମିତ ଏହି ସ୍ୱର୍ଣଚୁଡ ଯୁବ ମହୋତ୍ସବ ର ଭାଇଚାରା ପ୍ରଥମ ମୂଳଦୁଆ ଏହି ରକ୍ତଦାନ ଶିବିର ରୁ ଆରମ୍ଭ ହୋଇଛି।ସମାଜସେବୀ ସବ୍ୟସାଚୀ ମହାପାତ୍ର, ନୀଳଗିରି ବିଜେଡି ବ୍ଲକ ସଭାପତି ବିଜୟ ଲେଙ୍କା, ସମାଜସେବୀ ଉଦୟ ଜ୍ୟୋତି ମହାନ୍ତି , ନୀଳଗିରି ବ୍ଲକ ଅନୁସୂଚୀତ ଜାତି ସଭାପତି ଶରତ ଦାସ ଙ୍କ ସମେତ ସ୍ଵର୍ଣ୍ଣଚୁଡ଼ ଯୁବ ମହୋତ୍ସବ ର କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିର କୁ ସଫାଲ୍ୟ ମଣ୍ଡିତ କରିଥିଲେ।


Post a Comment

أحدث أقدم
Header ADS