ନୀଳଗିରି,୨୩/୦୪/୨୩ :- ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତରେ ବଡଧରଣର ତ୍ରୁଟି ଦେଖିବାକୁ ମିଳିଛି।ପ୍ରଥମେ ଭୁଲ କରି ଭୁଲ ମାଗିଛନ୍ତି ସରପଞ୍ଚ ଓ ପିଇଓ।ସୂଚନା ଯୋଗ୍ୟ କି ଛତ୍ରପୁର ପଞ୍ଚାୟତର ମାସିକ ବୈଠକ ନିମନ୍ତେ ସରପଞ୍ଚ ସମସ୍ତ ୱାର୍ଡମେମ୍ବରଙ୍କୁ ଅବଗତ କରିଥିବା ବେଳେ ତିନିଜଣ ୱାର୍ଡମେମ୍ବରଙ୍କ ନାଁ ମଧ୍ୟ ତାଲିକାରେ ରଖିନାହାନ୍ତି।ଉକ୍ତ ତିନିଜଣ ୱାର୍ଡମେମ୍ବର ୫,୬,ଓ୭ ନମ୍ବର ୱାର୍ଡର ଅନୁପମା ମାଝୀ,ସସ୍ମିତା ପାତ୍ର,ବାସନ୍ତୀ ଦାସ।ଆସନ୍ତାକାଲି ହେବାକୁ ଥିବା ଏହି ବୈଠକକୁ ଏହି ତିନିଜଣଙ୍କୁ ଅବଗତ ନକରାଇ ବୈଠକ କରାଯାଉଥିଲା।ବୈଠକକ ହେବା ପାଇଁ ଯେଉଁ ଦସ୍ତଖତ ତାଲିକା ମଧ୍ୟ ଆସିଥିଲା ସେଥିରେ ମଧ୍ୟ ଏହି ତିନି ଜଣଙ୍କର ନାଁ ମଧ୍ୟ ପ୍ରିଣ୍ଟ କରାଯାଇନଥିଲା।
ତିନି ଦିନ ତଳୁ ସରପଞ୍ଚ ବୁଲି ବୁଲି ସମସ୍ତ ୱାର୍ଡମେମ୍ବରଙ୍କୁ ଅବଗତ କରିବା ସହିତ ଦସ୍ତଖତ ନେଉଥିବା ବେଳେ ଏହି ତିନିଜଣଙ୍କ ପ୍ରତି ଅବହେଳା ଦେଖାଇଥିଲେ।ତିନି ଜଣ ୱାର୍ଡ ସଭ୍ୟା କହିଛନ୍ତି କି ବିଜେପି ବିଜେଡି ପାର୍ଟି ପଲିଟିକ୍ସ କରି ଆମକୁ ବୈଠକ ସଂପର୍କରେ ଅବଗତ କରାଯାଇନାହିଁ।ଛତ୍ରପୁର ସରପଞ୍ଚ ମାଳତୀ ମାର୍ଣ୍ଡି ଙ୍କୁ ପଚାରିବାରୁ ଭୁଲ ବସତଃ ଏପରି ହୋଇଯାଇଥିଲା,ନିଜ ଭୁଲ ଲୁଚେଇବାକୁ ଯାଇ ପ୍ରିଣ୍ଟ ଭୁଲ ହୋଇଥିଲା ମୁଁ ଓ ପିଇଓ ୩ ୱାର୍ଡମେମ୍ବରଙ୍କୁ ଏ ଘଟଣା ବାବଦରେ ଭୁଲ ମାଗିଛୁ ବୋଲି କହିଛନ୍ତି।
إرسال تعليق