Header ADS

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଛନ୍ତି ଶିକ୍ଷକ, ସାର୍ଟିଫିକେଟ ଯୋଗାଇଛନ୍ତି ଉମାକାନ୍ତ ସାର



ନୀଳଗିରି ୦୪/୦୪/୨୩ :- ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ କରିଛନ୍ତି ଚାକିରି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ରେ ବିଭିନ୍ନ ସ୍ଥାନରେ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକମାନେ ଚାକିରି କରିଛନ୍ତି। ଲୋକ ସମ୍ପର୍କ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ଆସିବା ପରେ ସମଗ୍ର ନୀଳଗିରି ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ମାନେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି। ଅଁଳାପାଳ ପ୍ରାଥମିକ ବିଦ୍ୟାଳୟର ଦେବକୀ ବେହେରା, ଗେନ୍ଧଲା ସାହି ପ୍ରାଥମିକ ବିଦ୍ୟାଳୟର ଗୋବିନ୍ଦ ସାହୁ, ଇସାନେଣ୍ଡି ପ୍ରାଥମିକ ବିଦ୍ୟାଳୟର ତରୁଲତା ବେହେରା ମେଟ୍ରିକ୍ ପାସ କରିଥିଲେ ମଧ୍ୟ ଚାକିରି ପାଇଥିଲେ, ପରେ ସରକାର ଯୁକ୍ତ ଦୁଇ ପାସ୍ କରିବାକୁ ନିର୍ଦ୍ଦେଶ ଆଣିଲେ। ସେତେବେଳେ ଏହି ତିନିଜଣ ବେତନଟୀ ଜବାହାର ନବୋଦୟରେ ୨୦୧୩ ମସିହାରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ଫେଲ ହୋଇଥିଲେ । ପରେ ସେଇ ବର୍ଷ ମଧ୍ଯ ରାଜ୍ୟ ବାହାରୁ ସୋନାରପୁର ବିଦ୍ୟାପୀଠରେ ଯୁକ୍ତ ଦୁଇ ପାସ୍ ସାର୍ଟିଫିକେଟ ଦେଇଥିଲେ। ପୁର୍ବରୁ ଏହା ବିଇଓ ଙ୍କ ନଜରରେ ଥିବା ବେଳେ ସେ ଏପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି। ଲୋକ ସମ୍ପର୍କ ସୂଚନା ରେ ଏହି ତଥ୍ୟ ମିଳିବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଶିକ୍ଷକ ମାନେ ପାସ୍ କରୁଥିବା କଥା କହୁଥିବା ବେଳେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ନୀଳଗିରି ବିଇଓ ଜଣକ ଉପରେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଘଟଣାଟି ଗୁରୁତର ଅପରାଧ ହୋଇଥିବା ବେଳେ ଘଟଣାକୁ ଉଛ ସ୍ତରୀୟ ତଦନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଛି। ତେବେ ନୀଳଗିରି ବ୍ଲକ୍ ରେ କେତେବେଳେ ଶିକ୍ଷକ ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ତ କେତେବେଳେ ନକଲି କାଷ୍ଟ ସାର୍ଟିଫିକେଟ ଦେଇ ଅଙ୍ଗନୱାଡ଼ି କର୍ମୀ ଚାକିରି କରୁଛନ୍ତି ହେଲେ ଯାଞ୍ଚ କରୁଥିବା ଅଧିକାରି ମାନେ ମୋଟା ଅଙ୍କର ଅର୍ଥ ନେଇ ଏପରି କରୁଥିବା ଅଭିଯୋଗ ମଧ୍ୟ ହେଉଛି ହେଲେ ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Post a Comment

Previous Post Next Post
Header ADS