Header ADS

ମନ୍ କି ବାତ୍ ର ୧୦୦ ତମ ସଂସ୍କରଣ ଉପଲକ୍ଷେ ଗୋପୀନାଥପୁର ରେଳ ଷ୍ଟେସନ ରେ ଲୋକଙ୍କ ଭିଡ

 


ନୀଳଗିରି ୩୦/୦୪ :- ଆଜି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ "ମନ କି ବାତ"ର 100 ତମ ସଂସ୍କରଣ ଉପଲକ୍ଷେ ବାଲେଶ୍ୱର ଜିଲ୍ଲାର ନୀଳଗିରିର ଗୋପୀନାଥପୁର ଷ୍ଟେସନ ପରିସରରେ "ମନ କି ବାତ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି..ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ଲୋକପ୍ରିୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ବୁଦ୍ଧିଜୀବୀ,ଛାତ୍ର ସମାଜ, ଆଦିବାସୀ ଭାଇ ଭଉଣୀ ଏବଂ ପାଖାପାଖି 2000ଲୋକ ଉତ୍ସାହର ସହ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ଶୁଣିଥିଲେ.ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦଙ୍କ ସହ ବିଜେପି ଓଡିଶାର ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ, ବିଜେପିର ଲଢୁଆ ନାରୀ ନେତ୍ରୀ ମନସ୍ମିତା ଖୁଣ୍ଟିଆ ଉପସ୍ଥିତ ଥିଲେ..ଏହା ସହିତ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଈଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୌର ପ୍ରସାଦ ପଟ୍ଟନାୟକ ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବାଲିଗୋହିରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିନୋଦ ବିହାରୀ ପଣ୍ଡା, ରାଜନୀତି କ୍ଷେତ୍ରରେ ଯୁବ ନେତୃତ୍ୱ ଠାକୁର ରଂଜିତ ଦାସ ଓ ନାରୀ ନେତ୍ରୀ ମନସ୍ମିତା ଖୁଣ୍ଟିଆ ଙ୍କୁ ମାନ୍ୟବର ସାଂସଦ ସମ୍ବର୍ଦ୍ଧିତ କରିଥିଲେ..ଅନ୍ୟ ମାନଙ୍କ ମଧ୍ୟରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ,ଯୁବ ନେତା ତାପସ ମହାନ୍ତି,ଦେବାଶିଷ ଆଚାର୍ଯ୍ୟ,ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ,ଛାତ୍ର ନେତା ଗୋପୀ ବଲ୍ଲଭ ରାଉତ,ପ୍ରଦୀପ ସ,ନିବେଦିତା ଦାଶ, ଜୟନ୍ତୀ ମଲ୍ଲିକ,ଅଜିତ ବାରିକ, ବାବୁ ସ,ମହେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ.ଏହି ମନ କି ବାତ କାର୍ଯ୍ୟକ୍ରମ ବ୍ୟତୀତ ଦେଶାତ୍ମବୋଧକ ଗୀତ, ନୃତ୍ୟ, ଭଜନ, ମ୍ୟାଜିକ ସୋ ମଧ୍ୟ୍ୟ ପରିବେଷଣ କରାଯାଇଥିଲା ଯାହା ଉପସ୍ଥିତ ଲୋକ ମାନଙ୍କୁ ଆନନ୍ଦିତ କରିଥିଲା.. ମାନ୍ୟବର ସାଂସଦ ଏହି କାର୍ଯ୍ୟକ୍ରମ ଦ୍ୱାରା ଆଜି ଭାରତ ବର୍ଷରେ କୋଟି କୋଟି ଲୋକଙ୍କ ଉପରେ ସକରାତ୍ମକ ପ୍ରଭାବ ପଡୁଛି ଏବଂ ଲୋକମାନେ ପ୍ରଧାନମନ୍ତ୍ରୀ ଙ୍କ ପ୍ରେରଣା ପାଈ ଆଜି ସମାଜରେ ବିଭିନ୍ନ କ୍ଷେତ୍ରରେ ଭାରତକୁ ଆଗକୁ ନେବା ପାଈଁ ସଂକଳ୍ପବଦ୍ଧ ହେଉଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ..

Post a Comment

Previous Post Next Post
Header ADS