Header ADS

ସିଡି ଡିଲକ୍ସ ବାଇକ କୁ ପଛ ପଟୁ ପିଟିଲା ବଜାଜ ପଲ୍ସର ବାଇକ । ଦୁର୍ଘଟଣାରେ ୨ ଗୁରୁତର ୩ ଆହାତ

 


ନୀଳଗିରି ୨୬/୦୪/୨୩ :- ସିଡି ଡିଲକ୍ସ ବାଇକ କୁ ପଛ ପଟୁ ପିଟିଲା ବଜାଜ ପଲ୍ସର ବାଇକ । ଦୁର୍ଘଟଣାରେ ୨ ଗୁରୁତର ୩ ଆହାତ, ସମସ୍ତ ଗୁରୁତର ଆହତଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି। 

ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ଅନ୍ତର୍ଗତ ଜଡିଦା ପଞ୍ଚାୟତ ପୋଡାଶୁଳ  ଛକ ନିକଟରେ ଆଜି ସନ୍ଧ୍ୟାରେ ବରହମପୁର ଅଞ୍ଚଳର ଶାନ୍ତିଲତା ଦାସ ତାଙ୍କ ପୁତ୍ର ବିବେକ ଦାସ ଏବଂ ସମ୍ପର୍କୀୟ ନୀଳଗିରି ରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ପଛପଟୁ ବାଘମରା ଅଞ୍ଚଳର ଦିଲୀପ ସିଂ ଏବଂ ଅନିଲ ସିଂ ଯାଉଥିବା ପଲ୍ସର ବାଇକ ରେ ସାମ୍ନା ଗାଡ଼ିକୁ ଧକ୍କା ଦେଇଥିଲେ ଫଳରେ ଉଭୟ ଗାଡିର ଥିବା ୫ ଜଣ   ଗୁରୁତର ହୋଇଥିଲେ। 


ଖବର ପାଈ ଘଟଣାସ୍ଥଳରେ ଅଗ୍ନିସେବା ବାହିନୀ ପହଞ୍ଚି ଗୁରୁତରଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।


Post a Comment

أحدث أقدم
Header ADS