ରେମୁଣା,୧୬/୦୪/୨୩ :- ଦିବ୍ୟ ମନ୍ଦିର ବୃଦ୍ଧାଶ୍ରମ ରେ ନିଆରା ଢଙ୍ଗରେ ଦ୍ୱିତୀୟ ବର୍ଷ ବାର୍ଷିକ ଉତ୍ସବ ପାଳନ କଲେ ବାଲେଶ୍ଵର ବିରୁହାଁ ଅଞ୍ଚଳ ର ଥିବା ଅଗ୍ରଣୀ ସ୍ବେଛାସେବୀ ସଙ୍ଘଠନ ଆମ ଭାଇଚାରା ସଙ୍ଘଠନ।
ଅଦ୍ୟ ତା 15/04/2023 ରିଖ ଶନିବାର ଦିବା 11ଘଟିକା ସମୟ ରେ Nations Pride ଦିବ୍ୟ ମନ୍ଦିର ପ୍ରାଙ୍ଗଣ ରେ ସମସ୍ତ ଅନ୍ତେବାସୀ ବୃଦ୍ଧ ବାପା ମା ଙ୍କ ଉପସ୍ଥିତ ରେ ବାଲେଶ୍ଵର ବିରୁହାଁ ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ସଙ୍ଘଠନ ଆମ ଭାଇଚାରା ପରିବାର ର ଦ୍ୱିତୀୟ ବର୍ଷ ବାର୍ଷିକ ଉତ୍ସବ ଅତି ଆଡ଼ମ୍ବର ସହିତ ପାଳନ କରିଥିଲେ ।
ଅନ୍ତେବାସୀ ମାନଙ୍କ ର ମଧ୍ୟାହ୍ନ ଭୋଜନ ଯଥା :ଭାତ, ଡାଲି, ଗୋବିମଞ୍ଜୁରୀ, ମଶ୍ରୁମ(ଛତୁ ),ପାମ୍ପଡ, ମିଠା ଇତ୍ୟାଦି ବ୍ୟବସ୍ଥା କରିଥିଲେ । ବୃଦ୍ଧ ବାପା ମା ମାନଙ୍କ ଗହଣରେ ନିଜକୁ ହଜେଇ ଏକ ପରିବାର ହୋଇ ଆନନ୍ଦରେ ମଧ୍ୟାହ୍ନ ସମୟ ଅତିବାହିତ କରିଥିଲେ !
ଭୋଜନ ପରେ ସଙ୍ଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଜୟ ମହାରଣା ସମସ୍ତ ଅନ୍ତେବାସୀ ବୃଦ୍ଧ ବାପା ମା ମାନଙ୍କ ପାଇଁ ଆଣିଥିବା ବସ୍ତ୍ର କୁ ସଂଗଠନ ର ସଦସ୍ୟ ମାନଙ୍କ ଦ୍ୱାରା ପ୍ରଦାନ କରିଥିଲେ ।ଏହାକୁ ଅନ୍ତେବାସୀ ବୃନ୍ଦ ଅତି ଆନନ୍ଦରେ ଗ୍ରହଣ କରିବା ସହିତ ଶ୍ରୀଯୁକ୍ତ ବିଜୟ ମହାରଣା ଓ ତାଙ୍କ ସଙ୍ଘଠନ ର ସମସ୍ତ ଙ୍କର ମଙ୍ଗଳ ମନାସିଥିଲେ।
إرسال تعليق