Header ADS

ହାତୀ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ

 


ନୀଳଗିରି,୧୬/୦୪/୨୩ :-  କୁଳଡିହାରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ନେଇ  ଖବର ପ୍ରସାରଣ ପରେ ଆକ୍ସନ ମୁଡ଼କୁ ଆସିଛି ବନ ବିଭାଗ । ହାତୀ ମୃତ୍ୟୁର କାରଣ ଖୋଜିବାକୁ ନୀଳଗିରି କୁଳଡିହାରେ ବନ ବିଭାଗର ଉଚ୍ଚସ୍ତରୀୟ ଟିମର୍ ତଦନ୍ତ ଆରମ୍ଭ ହୋଇଛି । କୁଳଡିହା ଅଭୟାରଣ୍ୟ ଏବେ  ହାତୀଙ୍କ ପାଇଁ  ଡେଥ ଜୋନ୍ ପାଲଟିଛି ।  ଏବେ ଅସୁରକ୍ଷିତ କୁଳଡିହା ଓ ବିପଦରେ ଜୀବଜନ୍ତୁ। ପାଖାପାଖି  ବର୍ଷକ ଭିତରେ ୮ଟି ହାତୀଙ୍କ ମୃତ୍ୟୁ ହେବା ସହ ସେଥିରୁ ଗୋଟିଏ ଦନ୍ତାର ଦାନ୍ତ କାଟିନେଇ ଶିକାରୀ ଗିରଫ ହେବାର ଖବର ବି ସାମ୍ନାକୁ ଆସିଥିଲା । ଏହାପରେ ହାତୀ ମୃତ୍ୟୁର କାରଣ ଖୋଜିବା ସହ ତାକୁ ରୋକିବାକୁ ଆଜି କୂଳଡିହାରେ ପହଂଚିଛି ବନ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ । 


ଯେଉଁଥିରେ RCCF ପ୍ରକାଶ ଚାନ୍ଦଙ୍କ ସମେତ ବାଲେଶ୍ଵର DFO,  ACFO ରେଞ୍ଜର ସଭିଏଁ ଉପସ୍ଥିତ ରହିଛନ୍ତି ।  RCCF ନିଜେ ହାତୀ ମୃତର କାରଣ ଖୋଜିବା ସହ ଘଞ୍ଚ ଜଙ୍ଗଲ ଭିତରେ ପାହାଡ଼ର ଶୀର୍ଷ ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି । ବନ କର୍ମଚାରୀଙ୍କୁ ହାତୀର ସୁରକ୍ଷା ପାଇଁ ନୂତନ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦେଇଥିବା ସୂଚନା ଦେଇଛନ୍ତି RCCF । ଅନ୍ୟପଟେ ତଦନ୍ତ ପରେ ହାତୀ ମୃତ୍ୟୁ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି ନୀଳଗିରିବାସୀ ।

Post a Comment

Previous Post Next Post
Header ADS