Header ADS

ଗାଁ ରେ ବାଜିପାରିବନି D J

 


ଓଡ଼ିଶା ଆଦର୍ଶ ବ୍ୟୁରୋ: ଗାଁରେ ତାସ୍ ଖେଳ ବି ମନା ଡିଜେ ବଦଳେ, କେବଳ ଶଙ୍ଖ, ଢୋଲ, ତୁରୀ ସମେତ ପାରମ୍ପରିକ ବାଦ୍ୟ ବାଜିବ ବିବାହ ଏବଂ ବ୍ରତ ଆଦିରେ । ଏଭଳି କିଛି ଅଭିନବ ପଦକ୍ଷେପ  ନେଇଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଗ୍ରାମବାସୀ ମାନେ। ରାଜ୍ୟରେ ପ୍ରଥମ କରି ଏଭଳି କିଛି ଅଭିନବ ପଦକ୍ଷେପ  ନେଇଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଗ୍ରାମବାସୀ ମାନେ। ପୁରା ଗାଁରେ ରହିଛନ୍ତି ଏକ ହଜାର ରୁ ଉର୍ଦ୍ଧ୍ୱ ପରିବାର।


ମୋଟାମୋଟି 5ହଜାରରୁ ଉର୍ଦ୍ଧ୍ୱ ଲୋକ। ଆଖପାଖର ବଡ଼ ଗାଁ ହୋଇଥିବା ହେତୁ ସବୁବେଳେ ଯେକୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ରେ ଆଜିର ଯୁବପିଢ଼ି ଡିଜେ ବ୍ୟବହାର କରୁଥିଲେ।ଯାହାକୁ ନେଇ ଗାଁ ଭିତରେ ଥିବା ବୃଦ୍ଧ,ବୃଧା ଙ୍କ ଉପରେ ହେଉ କିମ୍ବା ହାର୍ଟ ପେସେଣ୍ଟ ଉପରେ ପ୍ରଭାବ ପକାଉଥିଲା।ଆଉ ସେଥିପାଇଁ ଗାଁ ରେ ରହିଥିବା ବିଭିନ୍ନ ବର୍ଗର ଲୋକେ ଅର୍ଥାତ ଭିନ୍ନ ଭିନ୍ନ କୁଳର ଲୋକ ଏକ ହୋଇ ଗ୍ରାମସଭା ବସାଇଲେ।ସମସ୍ତଙ୍କ ସର୍ଵସମ୍ମତି ଶହ ଗାଁ କୁ ଡିଜେ କୁ ପ୍ରବେଶ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।ଗୋଟିଏ ପଟେ ଗାଁ ଲୋକମାନେ ଶବ୍ଦ ପ୍ରଦୂଷଣ ରୁ ମୁକ୍ତି ପାଇବେ ଅନ୍ୟପକ୍ଷରେ ଗାଁ ର ବାତାବରଣ ଠିକ ରହିବ ବୋଲି କହିଛନ୍ତି ଗ୍ରାମବାସୀ।


କେବଳ ଏତିକି ନୁହେଁ ତାସ୍ ଖେଳିବା କୁ ନା... ତାସ ଖେଳ ପାଇଁ ସକାଳୁ ରାତି ଯାଏଁ ଗାଁରେ ଭିଡ଼ ଲାଗେ। ଫଳରେ ବେଳେ ବେଳେ ଗାଁ ରେ ଏକାଧିକ ଝଗଡା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ। ଗାଁ କୁ ତାସ ଖେଳିବାକୁ ବାହାରି ଗାଁ ଲୋକ ଆସୁଥିଲେ। ତାସ୍ ଖେଳରୁ ଗାଁ ରେ ବିଶୃଙ୍ଖଳା ସ୍ଥିତି ସୃଷ୍ଟି ହେଉଥିଲା। ତେଣୁ ତାସ୍ ଖେଳକୁ ମଧ୍ୟ ଗାଁ ରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଯୁବପିଢ଼ି ଙ୍କ କ୍ଷେତ୍ରରେ କୌଣସି ବିଶୃଙ୍ଖଳା ସୃଷ୍ଟି ନ ହେବା ସହ ଗାଁ ରେ ମଧ୍ୟ ଶାନ୍ତିର ବାତାବରଣ ସଠିକ ରହିପାରିବ।ସାମନ୍ତିଆପଲ୍ଲୀ  ଗ୍ରାମବାସୀଙ୍କ  ଏଭଳି ଅଭିନବ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Post a Comment

Previous Post Next Post
Header ADS