Header ADS

ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ



ନୟାଗଡ଼, ୨୮/୦୩/୨୩ :- ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ନୋତର କଲ୍ୟାଣ ମଣ୍ତପ ଠାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହୋଇ ଯାଇଚି। ଆଜିର ଏହି କାର୍ଯ୍ୟକ୍ରମରେ ଉଭୟ ଜୁନିଅର୍ ଓ ସିନିୟର୍ ବର୍ଗରେ ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇ ଯାଇଚି। ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦୁଢିପି କଲେଜର ସଂସ୍କୃତ ଅଧ୍ୟାପକ କୃପାସିନ୍ଧୁ ସ୍ୱାଇଁ, ଗମ୍ଭାରୀଡ଼ିହି ସ୍କୁଲର ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି ଓ ଯୁବ ଲେଖକ ତଥା ପ୍ରକାଶକ ଦିଲ୍ଲୀପ ସାହୁ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ। ନୟାଗଡ଼ ଜିଲ୍ଲାର ପଚାଶରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦାନ କରିଥିଲେ। ଆଜିର ଏହି ବକ୍ତୃତା  ପ୍ରତିଯୋଗିତା ଜୁନିଅର୍ ବର୍ଗରେ କ୍ରମାନ୍ୱୟରେ ସୂର୍ଯ୍ୟ ନାରାୟଣ ମାଝୀ, ଶୁଭଶ୍ରୀ ପ୍ରଧାନ, ସ୍ମୃତି ସ୍ଵୀକୃତି ସାହୁ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ବେଳେ, ସେଇ ଭଳି ସିନିୟର୍ ବର୍ଗରେ ପ୍ରତ୍ୟାଶା ଶତପଥୀ, ଧର୍ମେଶ ରାୱଲ୍, ଜାଗୃତି ଯା ଜ୍ଞସେନୀ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିଲେ। ଜୁନିଅର୍ ସଙ୍ଗୀତ ପ୍ରତିଯୋଗିତାରେ ଜୟଶ୍ରୀ ଗୁରୁ, ସିଦ୍ଧାର୍ଥ ସାହୁ, ସାଇ ସ୍ମିତା ପ୍ରିୟଦର୍ଶିନୀ କ୍ରମାନ୍ୱୟରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ସିନିୟର୍ ସଙ୍ଗୀତରେ ପ୍ରତ୍ୟାଶା ଶତପଥୀ, ଗାୟତ୍ରୀ ନାୟକ, ଉମେଶ ମହାପାତ୍ର ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିଲେ। ଜୁନିଅର୍ ନୃତ୍ୟରେ ସମ୍ଭାବନା ବିଶ୍ବାଳ, ସମୀକ୍ଷା ପୃଷ୍ଟି, ସାଇସ୍ମିତା ପ୍ରିୟଦର୍ଶିନୀ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ସିନିୟର୍ ନୃତ୍ୟରେ ପଲ୍ଲକ ପ୍ରିୟଦର୍ଶିନୀ, ପାୟଲ ସାହୁ, ଅର୍ପିତା ଦଳବେହେରା ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିଲେ। ଆଗାମୀ ଉତ୍କଳ ଦିବସ ଅବସରରେ ଅନନ୍ୟା ଫାଉଣ୍ଡେସନ ତରଫରୁ କରାଯିବାକୁ ଥିବା ସମାରୋହରେ ନୋତର କଲ୍ୟାଣ ମଣ୍ଡପ ଠାରେ ଉକ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯିବ। ସୂଚନା ଥାଉକି ଅନନ୍ୟା ଫାଉଣ୍ଡେସନ ତରଫରୁ ଆୟୋଜିତ ହେବାକୁ ଥିବା ଉତ୍କଳ ଦିବସ ସମାରୋହରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୁକ୍ତା ଯୋଜନା ଉପଦେଷ୍ଟା ତଥା ସମାଜସେବୀ ମୀରା ପରିଡ଼ା ଯୋଗ ଦେବାର ସୂଚନା ରହିଛି।

Post a Comment

Previous Post Next Post
Header ADS