Header ADS

ସହାୟତାର ହାତ ବଢ଼ାଇଲା ଓଡ଼ିଶା ମୋ ପରିବାର, ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଗଲା ମୃତଦେହ

 


ବାଲେଶ୍ୱର,୨୨/୦୩/୨୩ :-  ଅସମୟର ସାଥି ହୋଇ ଛିଡ଼ା ହୋଇଛି ଓଡ଼ିଶା ମୋ ପରିବାର। ବସରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର । ପରେ ତାଙ୍କ ପରିବାରକୁ କିପରି ସାହାଯ୍ୟ ଯୋଗାଇ ଦିଆଯାଇ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ସୂଚନା ଯେ, ବସ୍ ଯୋଗେ ଜଗତସିଂପୁରରୁ କୋଲକାତା ଯାଉଥିବା ସମୟରେ ଗତ ମଙ୍ଗଳବାର ରାତ୍ରି ୨ଟା ସମୟରେ ଖନ୍ତାପଡ଼ା ଠାରେ ମହେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତି ଜଣଙ୍କ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ । ଏହି ଖବର ପାଇ ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ଓଡିଶା ମୋ ପରିବାର ତରଫରୁ ମୃତ ଶରୀରକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ପରେ ତାଙ୍କ ପରିବାର ସହ ଯୋଗାଯୋଗ କରି ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ଘରକୁ ପଠାଇବା ସହ ତାଙ୍କ ପରିବାରକୁ ଆଗକୁ କିପରି ଓଡ଼ିଶା ମୋ ପରିବାର ତରଫରୁ ସାହାଯ୍ୟ ଯୋଗାଇ ଦିଆଯାଇ ପାରିବ ସେନେଇ ଶ୍ରୀ ମଙ୍ଗରାଜ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିବାର ଜଣାପଡ଼ିଛି ।

Post a Comment

Previous Post Next Post
Header ADS