Header ADS

ନୀଳଗିରି RKCAT କଲେଜ୍ ର ପ୍ରତିଷ୍ଠାତା ସୁଶିଲ କୁମାର ସିଂ ଙ୍କ ପରଲୋକ!


ନୀଳଗିରି ୧୭/୦୨/୨୪ :- 
ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ R.K.C.A.T ଘରେଈ କଲେଜ୍ ର ପ୍ରତିଷ୍ଠାତା ସୁଶିଲ କୁମାର ସିଂ ତାଙ୍କ ଘରେ ଗୁରୁବାର ରାତିରେ ଶୋଇଥିବା ବେଳେ ଖଟରୁ ତଳକୁ ଖସିପଡ଼ିଥିଲେ ଫଳରେ ସୁଶିଲ ଙ୍କୁ ଦେହରେ ଆଘାତ ଲାଗିଥିଲା। ଘର ଲୋକେ ତୁରନ୍ତ ନୀଳଗିରି ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆଣିଥିଲେ ଏବଂ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ଵର କୁ ସ୍ଥାନାନ୍ତର କରିଥିଲେ କିନ୍ତୁ ମଙ୍ଗୁଳି ଛକ ଠାରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ବାରୁ କଟକ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୁଶିଲ କୁମାର ସିଂ ଙ୍କ ମୃତ ଖବର ମିଳିବା ପରେ ସମଗ୍ର ନିଳଗିରି ଏବଂ କଲେଜ୍ ପରିସରରେ  ଶୋକରଛାୟା ଖେଳିଯାଇଛି।


Post a Comment

أحدث أقدم
Header ADS