Header ADS

ପବିତ୍ର ଜାଗର ମେଳା ପାଇଁ ଚଳଚଞ୍ଚଳ ବାଉଁଶପାଳ


ନୀଳଗିରି ୧୮/୦୨/୨୩ :- ନୀଳଗିରି ବ୍ଲକ ବରହମପୁର ପଞ୍ଚାୟତ ବାଉଁଶପାଳ ଗ୍ରାମରେ ୨୦ ତମ ଜାଗର ଉତ୍ସବ ପାଳିତ ହୋଇଯାଇଛି।ଠାକୁରଙ୍କୁ ଦେଖି ମନର କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦିଲା ବୃଦ୍ଧା ଭକ୍ତ ।

ଜାଗର ଉତ୍ସବ ନିମନ୍ତେ ଗ୍ରାମରେ  ନେତ ପରିଭ୍ରମଣ କରାଯାଇଥିଲା।ନେତ ପରିଭ୍ରମଣ ସମୟରେ ଭକ୍ତ ଓ ଠାକୁରଙ୍କ ମଧ୍ୟରେ ଅନାବିଳ ପ୍ରେମ ଭାବ ଦେଖିବାକୁ ମିଳିଥିଲା।ବିମାନରେ ଓହ୍ଲେଇ ଗାଁ ପରିଭ୍ରମଣ କରୁଥିବା ଠାକୁରଙ୍କ ପ୍ରତିମୂର୍ତ୍ତି କୁ ଦେଖି ଜଣେ ୬୫ ବର୍ଷୀୟ ବୃଦ୍ଧା ଇଶ୍ବରଙ୍କ ପ୍ରତି ଥିବା ନିଜର ଭାବକୁ ଅଟକାଇ ପାରିନଥିଲେ।

ଠାକୁରଙ୍କୁ ଦେଖିବା ମାତ୍ରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ।ହୁଳହୁଳି,ହରିବୋଲ,ଘଣ୍ଚ,କୀର୍ତ୍ତନରେ ଗାଁ ରେ ଭକ୍ତିମୟ ପରିବେଶ ଖେଳିଯାଇଥିଲା।ଖୋଳ,ଝାଞ୍ଜ ସାଙ୍ଗକୁ ହରେ କୃଷ୍ଣ ହରେ ରାମ ଧ୍ବନିରେ ଗାଁଟି ଉତ୍ସବ ମୁଖର ହୋଇଥିଲା।ପରିଭ୍ରମଣ ପରେ ମନ୍ଦିରର ଶୀର୍ଷ ଭାଗରେ ନେତ ସ୍ଥାପନା କରାଯାଇଥିଲା।

ମହେଶ୍ବର ବେହେରା,କରୁଣାକର ବେହେରା,ବିଚିତ୍ରା ପାତ୍ର,ରମେଶ ପାତ୍ର,ବିଦ୍ୟାଧର ପାତ୍ର,ଅରୁଣ କୁମାର ବେହେରା,ଶିବଶଙ୍କର ପାତ୍ର,ହରେକୃଷ୍ଣ ବେହେରା,ଜୟନାରାୟଣ ବେହେରାଓ ସମଗ୍ର ଗ୍ରାମବାସୀ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS