ବାଲିଗୁଡ଼ା ୨୮/୦୨/୨୩ :- ୬ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ବାଲିଗୁଡ଼ା ପୋଲିସ୍ । ଏନେଇ ବାଲିଗୁଡ଼ା ଏସଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ନଗଦ ଏକଲକ୍ଷ ଟଙ୍କା, ଗୋଟିଏ ଦେଶୀ ପିସ୍ତଲ୍, ଗୋଟିଏ ଛୁରୀ, ଦୁଇଟି ମୋବାଇଲ୍ ସମେତ ଗୋଟିଏ ଚୋରି କାର ଓ ମୋଟରସାଇକେଲ ଅଭିଯୁକ୍ତଙ୍କ ନିକଟରୁ ଜବତ କରିଛି ପୋଲିସ୍ । ପୁର୍ବରୁ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଅଜୟ ଦିଗାଳକୁ ପୋଲିସ୍ ଗିରଫ କରିଥିବା ବେଳେ ଆଉ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ ।
ବର୍ତ୍ତମାନ ସୁଦ୍ଧା ତିନି ଜଣ ଗିରଫ ହୋଇଥିବା ବେଳେ ଗ୍ୟାଙ୍ଗର ଆଉ ତିନି ଜଣଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ପୋଲିସ୍ । ସୂଚନା ପ୍ରକାରେ ଗତ ୨୦୨୨ ମସିହା ନଭେମ୍ବର ମାସରେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା ନିକଟସ୍ଥ ମା'ବରାଳଦେବୀ ପେଟ୍ରୋଲ ପମ୍ପର ମ୍ୟାନେଜର ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯିବା ସମୟରେ ତୁମୁଡ଼ିବନ୍ଧ କଲେଜ ନିକଟରୁ ୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏହାପରେ ଚଳିତ ବର୍ଷ ଜାନୁୟାରୀ ୨୯ ତାରିଖରେ ପୁଣିଥରେ ବିଳମ୍ବିତ ରାତିରେ ଜଲେଶପଟ୍ଟା ସ୍ଥିତ ସେହି ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ପହଁଚି କର୍ମଚାରୀଙ୍କୁ ମାଡ଼ ମାରି ଭଙ୍ଗାରୁଜା କରିବା ସହ କିଛି ଟଙ୍କା ସମେତ ଏକ ମୋଟରସାଇକେଲ ଲୁଟି ନେଇଥିଲେ ।
ଏହାପରେ ଫେବୃଆରୀ ୮ତାରିଖ ସନ୍ଧ୍ୟା ସମୟରେ ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ଘାଟିରେ ରାସ୍ତାରେ କାଠ ଓ ପଥର ପକାଇ ଏକ ଟ୍ରକ୍ ଅଟକାଇ ଟ୍ରକ୍ ଡ଼୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଡ୍ରାଇଭର ଓ ଟ୍ରକରେ ଆସୁଥିବା ଜଣେ ଶିକ୍ଷକଙ୍କୁ ମାଡ଼ ମାରି ସେମାନଙ୍କ ନିକଟରୁ ୨୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ସମସ୍ତ ଘଟଣାକୁ ଗୁରୁତର ସହ ଗ୍ରହଣ କରି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖିଥିଲା ସ୍ବତନ୍ତ୍ର ଟିମ୍ ।
Post a Comment