ନୀଳଗିରି ୨୩/୦୨/୨୩:- ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ନରଣପୁରସ୍ଥିତ ତିନିକୋଶିଆ ଜଙ୍ଗଲ ରେ କେହି ଜଣେ ଦୁର୍ବୁତ୍ତ ବୁଧବାର ନିଆଁ ଲଗାଇ ଦେଇଥିଲା ଯଉଥି ପାଇଁ ଜଙ୍ଗଲ ପୋଡିବା ସହ ପାଖ ଦେହୁରୀ ସାହି ର ସରସ୍ବତୀ ମଲ୍ଲିକ ଙ୍କ ଚାଳ ଛପର ଘରଟି ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଥିଲା
ଏହି ଖବର ପାଇଵାମାତ୍ରେ ତୁରନ୍ତ ନୀଳଗିରି ଗୋପିନାଥପୁର ସ୍ଥିତ ମହାବୀର ଫାଉଣ୍ଡେସନ ର ପ୍ରତିଷ୍ଠାତା ବିଦ୍ୟାଧର ବାରିକ ( ମଣ୍ଟୁ )ଙ୍କ ନେତୃତ୍ୱ ରେ ମହାବୀର ଫାଉଣ୍ଡେସନ ର ସମସ୍ତ ସଦସ୍ୟ ସରସ୍ବତୀ ମଲ୍ଲିକ ଙ୍କ ଘରେ ପହଂଚି ମହାବୀର ଫାଉଣ୍ଡେସନ ତରଫରୁ ପଲିଥିନ, ପନିପରିବା, ଗୋଟେ ମାସର ରାସନ ସାମଗ୍ରୀ ସହିତ କିଛି ଆର୍ଥିକ ସହାୟତା କରିଛନ୍ତି। ତେବେ ମହାବୀର ଫାଉଣ୍ଡେସନ ର ଏହି ମହାନ କାର୍ଯ୍ଯ ପାଇଁ ଅଞ୍ଚଳ ବାସୀ ବେଶ୍ ସାଧୁବାଦ ଜଣାଇଛନ୍ତି।
Post a Comment