Header ADS

ସ୍ୱଚ୍ଛ ସାଥୀଙ୍କ ମହନୀୟତା: ଅଳିଆ ଗଦାରୁ ପାଇ ଫେରାଇଲେ ସୁନା ଚେନ୍‌


 ଭୁବନେଶ୍ୱର ୨୧/୦୨/୨୩ :-ଅଳିଆ ଗଦାରୁ ସୁନା ଅଳଙ୍କାର ପାଇ ଫେରାଇଲେ ସ୍ୱଚ୍ଛ ସାଥୀ। ତାଙ୍କର ଏପରି କାମକୁ ଏବେ ସବୁଆଡ଼େ ପ୍ରଶଂସା କରାଯାଉଛି। ବିଏମସି ସ୍ୱଚ୍ଛ ସାଥୀଙ୍କ ମହନୀୟତା: ଅଳିଆ ଗଦାରୁ ପାଇ ଫେରାଇଲେ ସୁନା ଚେନ୍‌ ଅଧୀନରେ ସ୍ୱଚ୍ଛ ସାଥୀ ଭାବେ କାମ କରୁଥିବା ପୂଜା ସିଂ ଏପରି ମହନୀୟ କାମ କରିଛନ୍ତି।

  

ଖବର ଅନୁସାରେ, ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ ଆବର୍ଜନା ପୃଥକୀକରଣ ବେଳେ ପୂଜା ଅଳିଆ ଭର୍ତି ଜରିରୁ ଏକ ସୁନା ଚେନ୍‌ ପାଇଥିଲେ। କିନ୍ତୁ ସେ ଏହାକୁ ଲୋଭ ନକରି ବିଏମସି କମିଶନରଙ୍କୁ ଦେବା ସହିତ ଘଟଣା ବିଷୟରେ କହିଥିଲେ। ଏହାପରେ ପ୍ରକୃତ ମାଲିକଙ୍କୁ ସୁନା ଚେନ୍‌ଟିକୁ ଫେରାଇ ଦିଆଯାଇଛି। ତାଙ୍କର ଏପରି କାମ ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଏନେଇ ପୂଜାଙ୍କୁ ମଧ୍ୟ ବିଏମସି କମିଶନର ପ୍ରଶଂସା କରିଛନ୍ତି।

Post a Comment

Previous Post Next Post
Header ADS