Header ADS

ବିସ୍ଫୋରଣ ଘଟି ଜଣେ ଛାତ୍ର ଗୁରୁତର ଦୁଇ ଛାତ୍ର ଆହତ




ବାଲିଗୁଡା ୦୧/୦୨/୨୩ :
-  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଅଘଟଣ।

 ସୂଚନା ଅନୁଯାୟୀ ବୁଧବାର ସକାଳେ ପ୍ରାୟ ୧୧ଟା ସମୟରେ ଏକ ଛୁଟି ହୋଇଥିବା ସମୟରେ ସବୁ ପିଲା ଶ୍ରେଣୀ ବାହାରେ ଥିଲେ । ସେହି ସମୟରେ ଜଣେ ୫ମ ଶ୍ରେଣୀ ଛାତ୍ର ପକେଟରେ କିଛି ବିସ୍ଫୋରକ ସାମଗ୍ରୀ ଧରିଥିଲେ । ପକେଟରେ ହାତ ଭର୍ତି ଥିବା ବେଳେ ତାହା ହଠାତ୍ ଫୁଟିଯାଇଥିଲା । ଫଳରେ  ଛାତ୍ର ଯୋଶ୍ ନାୟକର ଡାହାଣ ହାତ ଓ ଜଙ୍ଘରେ ଗୁରୁତର ଆଘାତ ଲାଗିଥିବା ବେଳେ ପାଖରେ ଥିବା ଅନ୍ୟ ଦୁଇ ଜଣ ଛାତ୍ର ଆଶିଷ ନାୟକ,ନିହାଲ ନାୟକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । 


ଏହା ଦେଖି ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।  ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଗୁରୁତର ଛାତ୍ର ଯୋଶ୍ ନାୟକଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେପଟେ ଏନେଇ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ବାଲିଗୁଡ଼ା ଥାନାରେ ଏତଲା ଦେଇଥିବା ବେଳେ ଅଭିଯୋଗ ଅନଯାୟୀ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି


 

 ତେବେ ଏହି ବିସ୍ଫୋରକ ସାମଗ୍ରୀ ବିଦ୍ୟାଳୟ ପରିସରକୁ କେମିତି ଓ କେଉଁଠୁ ଆସିଲା ତାହା ତଦନ୍ତ ସାପେକ୍ଷ ।


Post a Comment

Previous Post Next Post
Header ADS