Header ADS

ସ୍ୱଚ୍ଛ କର୍ମୀଙ୍କୁ ଡ୍ରେସ୍ ବଣ୍ଟନ କଲେ NAC ଅଧ୍ୟକ୍ଷା ଅମ୍ବିକା ଦାସ

 


ନୀଳଗିରି - ୨୫/୦୧/୨୩ :- ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୟୁରେକା ସଂଗଠନ ର ସ୍ୱଚ୍ଛ କର୍ମୀ ମାନଙ୍କୁ ଆଜି ଡ୍ରେସ୍ ବଣ୍ଟନ କରିଛନ୍ତି ଅଧ୍ୟକ୍ଷା ଅମ୍ବିକା ଦାସ୍।

ଏହି ଡ୍ରେସ୍ ବଣ୍ଟନ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ଅମ୍ବିକା ଦାସ,ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ବଡୁ, ଉପାଦକ୍ଷ ମହେନ୍ଦ୍ର ନାଥ ବେହେରା ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

ତେବେ ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ପାଳନ ପୁର୍ବରୁ ସ୍ୱଚ୍ଛ କର୍ମୀମାନଙ୍କୁ ଡ୍ରେସ୍ ବଣ୍ଟନ କରିଥିବାରୁ ସ୍ୱଚ୍ଛ କର୍ମି ମାନଙ୍କ ମଧ୍ୟରେ ଏକ ଖୁସି ର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ତେବେ ନୀଳଗିରି ବିଜ୍ଞାପିତଅଞ୍ଚଳ ପରିଷଦ ଅଧ୍ୟକ୍ଷା ଅମ୍ବିକା ଦାସ ହେବାଠାରୁ ନୀଳଗିରି ବିଜ୍ଞାପିତ ଅଞ୍ଚଳ ରେ ଉନ୍ନତି ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Post a Comment

Previous Post Next Post
Header ADS