ବାଲିଗୁଡା/୦୮/୦୧/୨୩(ସନ୍ଦିପ କୁମାର ନାୟକ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ନୂଆସାହି ଠାରେ ଏକ ବାଇକ୍ ଦୁର୍ଘଟଣା ଘଟି ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ବାଇକ୍ ଚାଳକ ବାଲିଗୁଡା ସହରର ନୂଆସାହି ଅଞ୍ଚଳର । ମୃତ ବ୍ୟକ୍ତିଙ୍କ ନାମ ଶ୍ରୀ ବିରୁପାକ୍ଷ କହଁର, ବୟସ ୪୧ ବର୍ଷ ସେ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟକରୁଥିଲେ।ସେ ଜଣେ ସୁପରିଚିତ , କ୍ରୀଡାବିତ୍ , ମିଷ୍ଟଭାଷୀ, ଭଦ୍ର ବ୍ୟକ୍ତି ଏବଂ ମେଳାପି ପ୍ରକୃତି ର ମଣିଷ ଥିଲେ । ନିଜର କିଛି ବ୍ୟତିଗତ କାମ ନେଇ ନିଜ ବାଇକ୍ ରେ ଯିବା ସମୟରେ ନୂଆସାହି ବୁଡ଼ାଗୁଡ଼ା ରାସ୍ତା ରେ ହଟାତ୍ ବାଇକ୍ ସାମ୍ନାକୁ ଛେଳି ପଶି ଆସିବାରୁ ବାଇକ୍ ଦୁର୍ଘଟଣା ଘଟିଥିଲା। ତେବେ ବିରୁପାକ୍ଷ ଗୁରୁତର ହେବା ପରେ ବାଲିଗୁଡା ଉପଖଣ୍ଡ ଚକିତ୍ସାଳୟ କୁ ନିଆଯାଇଥିଲା କୀନ୍ତୁ ଚିକିତ୍ସାଳୟରେ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ବାଲିଗୁଡା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
Post a Comment