Header ADS

ଛଅ ଜଣ ନା ବାଳକ ଓ ନାବାଳିକା ଉଦ୍ଧାର

 

ଇରା/୦୮/୦୧/୨୩(ନିହାର ରଞ୍ଜନ ପାଢ଼ୀ) :- ବାଲେଶ୍ଵର  ଜିଲ୍ଲା ଖଇରା ବ୍ଲକ ନନ୍ଦୁରୁ ପଞ୍ଚାୟତ ର ନନ୍ଦୁର ଓ ଆସୁରିଆ ଗ୍ରାମରୁ 6 ଜଣ ନାବାଳକ ଓ ନାବାଳିକା କୁ ଗଟେ ଅଟୋ ଯୋଗେ ଆଣୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ଯୁବ ସାମ୍ବାଦିକ ଲୋଚନ ରାଉତ ଅଟକାଇଥିଲେ।
ଲୋଚନ ରାଉତ ସ୍ୱୟଂ ସିଧା ମହିଳା ସାମାଜିକ ସଂଗଠନ ର ସମ୍ପାଦିକା ଦମୟନ୍ତି ରାଉତ ଓ ତାଙ୍କ କର୍ମ କର୍ତା ଏବଂ ଖଇରା ଚାଇଲଡ଼ ଲାଇନ ମାନଙ୍କୁ ଖବର ଦେଇଥିଲେ ।ସେମାନେ ଆସି ଖଇରା ପୋଲିସ ସହାୟତାରେ ନନ୍ଦୁର ଗ୍ରାମରୁ 3 ଜଣ ଦଲାଲଙ୍କୁ ଧରିବା ସହିତ ଏକ tvs apachi ଗାଡି ଜବଦ କରିଛନ୍ତି ।

ଖଇରା ପୋଲିସ ଓ ଚାଇଲ୍ଡ ଲାଇନ ର ସଦସ୍ୟ ପହଞ୍ଚି ଘଟଣା ସ୍ଥଳରୁ ନାବାଳିକା ଓ ନାବାଳକ ଙ୍କୁ ଖଇରା ଥାନାକୁ ନେଇଥିଲେ। ଘଟଣାରୁ ପ୍ରକାଶ ମହାରାଷ୍ଟ୍ର ଅଚଳରୁ ଦୁଇ ଜଣ ଯୁବକ କାକୁଡ଼ିଆ ଅଚଳର ଜଣେ ଯୁବକଙ୍କ ସହାୟତାରେ ସେମାନଙ୍କୁ  ମହାରାଷ୍ଟ୍ର ନେବାକୁ ଆସିଥିଲେ। ସମସ୍ତ ନାବାଳକ ଓ ନାବାଳିକା ମାନେ ଆଦିବାସୀ ବର୍ଗ ର ବୋଲି ଜଣା ପଡିଛି। ତେବେ ସେମାନଙ୍କୁ ଖଇରା ପୋଲିସ ଚାଇଲଡ଼ ଲାଇନ କୁ ହସ୍ତାନ୍ତର କରିଛି। ପୁଲିସ 3ଜଣକୁ ଅଟକ ରଖି ପଚରା ଉଚରା କରୁଛି।


Post a Comment

Previous Post Next Post
Header ADS