Header ADS

ନୀଳଗିରି ରେ ବିଶ୍ବ ହକି ଖେଳ କୁ ସ୍ଵାଗତ

 


ନୀଳଗିରି /୧୧/୦୧/୨୩ :- ଓଡିଶା ର ରାଉଲକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ବିଶ୍ଵ ପୁରୁଷ ହକି ଖେଳ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଏବଂ ଆଜି ବାରବାଟି ଷ୍ଟାଡିୟମ୍  ଠାରେ ମାନ୍ୟବର ମୁଖମନ୍ତ୍ରି ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିବା ର କାର୍ଯ୍ୟକ୍ରମ ରହିଥିବା ବେଳେ ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପାର୍ଥି ସନ୍ତୋଷ ଖଟୁଆ ଙ୍କ ନେତୃତ୍ଵ ରେ ନୀଳଗିରି ବାଇପାସ୍ ଛକ ଠାରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପାଖରେ ହକି ଖେଳରେ ଟିମ୍ ଇଣ୍ଡିଆ କୁ ବିଜୟ କରିବା ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକ ଙ୍କ ଜୟଜୟ କାର ନାରା ଦବା ଶହ ବାଣ ଫୁଟାଇ ବିଶ୍ବ ପୁରୁଷ ହକି ଖେଳକୁ ସ୍ବାଗତ କରିଛନ୍ତି।
ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି ବିଧାୟକ ପାର୍ଥୀ ସନ୍ତୋଷ ଖଟୁଆ ଙ୍କ ସମେତ ନୀଳଗିରି ବିଜ୍ଞାପତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଅମ୍ବିକା ଦାସ, ଉପାଦକ୍ଷ ମହେନ୍ଦ୍ର ନାଥ ବେହେରା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ତାପସ୍ କୁମାର ପରିଡ଼ା, ବ୍ଲକ ଯୁବ ବିଜେଡ଼ି ସଭାପତି ଧୀରେନ୍ଦ୍ର ଲେଙ୍କା, ଜିଲ୍ଲା ଯୁବ ବିଜେଡି ସଂପାଦକ ମନରଞ୍ଜନ ଦାସବାବୁ, ଜିଲ୍ଲା ସାଧାରଣ ସଂପାଦକ ବିସ୍ମୟ କୁମାର ମଲିକ, NAC ର ବରିଷ୍ଠ ବିଜେଡ଼ି ନେତା ଶିଶିର କୁମାର ରାଉତ, ଅନୁସୂଚୀତ ଜନ ଜାତି ସଭାପତି ଶରତ କୁମାର ଦାସ ଙ୍କ ସମେତ NAC ର ସମସ୍ତ କାଉନସିଲର , ବିଜେଡି କର୍ମି ଓ ନେତୃମଣ୍ଡଳୀ ଉପସ୍ଥିତ ରହି ହକି ଖେଳକୁ ସ୍ବାଗତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।


Post a Comment

أحدث أقدم
Header ADS