ନୀଳଗିରି - ୨୫/୦୧/୨୩ :- ୨୫ ତାରିଖ ବୁଧବାର ସକାଳ ୯.୩୦ ମିନିଟ ସମୟରେ ନୀଳଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ ହୋଇଯାଇଛି।
ଏହି ଦିବସରେ ନୀଳଗିରି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମନ୍ଦାରଧର ମହାଳିକ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଏବଂ ସଂକଳ୍ପ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଜାତୀୟ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ ମଞ୍ଚସୀନଅତିଥି ମାନଙ୍କ ମଧ୍ୟରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମି ମାଝୀ, ବିଡ଼ିଓ ରାହୁଲ ମଣ୍ଡଳ, ନିଜ ନିଜର ସମ୍ୟକ୍ ବ୍ୟକ୍ତବ୍ୟ ରଖିଥିଲେ।
ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସଦସ୍ୟା ବିଭିନ୍ନ ବିଭାଗୀୟ କର୍ମକର୍ତ୍ତା ଏବଂ ନୂତନ ଭୋଟର ମାନଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ କରଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ନୀଳଗିରି ଅତିରିକ୍ତ ତହସିଲଦାର ପ୍ରଦିପ କୁମାର ଦାସ, ଏନ ଏ ସି ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ ବ୍ଲକ ନିର୍ବାହୀ ଯନ୍ତ୍ରୀ ଙ୍କ ସମେତ ନୂତନ ଭୋଟର ଓ ବିଭିନ୍ନ ବିଭାଗର କର୍ମକର୍ତ୍ତା ସାମିଲ୍ ଥିଲେ।
ନୀଳଗିରି ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିର୍ବାଚନ ବିଭାଗର ଲକ୍ଷ୍ମୀକାନ୍ତ ମହାପାତ୍ର, ମନରଞ୍ଜନ ସାହୁ କାର୍ଯ୍ୟକ୍ରମ ଆୟଜନ କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରି ଗବର୍ଦ୍ଧନ ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Post a Comment