Header ADS

ଚୋରକୁ ଭଦ୍ରକରୁ କାବୁ କଲା ପୋଲିସ; ରାତିରେ ଆଜବେଷ୍ଟ ଭାଙ୍ଗି ଲୁଟିଥିଲା ଗହଣା

ନୀଳଗିରି ୧୦/୦୧/୨୩ :- ଭଦ୍ରକରୁ ଗହଣା ଚୋରକୁ କାବୁ କଲା ନୀଳଗିରି ପୋଲିସ। ସୋମବାର ବା ଗତକାଲି ଆଜବେଷ୍ଟ ଭାଙ୍ଗି ଜଣଙ୍କ ଘରେ ପଶି ଅଭିଯୁକ୍ତ ଜଣଙ୍କ ସୁନା ଅଳଙ୍କାର, ସ୍ମାର୍ଟ ଫୋନ୍‌ ଓ ଟଙ୍କା ଚୋରି କରିଥିଲା। ଏପରି ଘଟଣା ନୀଳଗିରି ଥାନା ଅଧୀନ ରାହୁଳଖୁଣ୍ଟା ଗାଁରେ ହୋଇଥିଲା।
ଏନେଇ ଗାଁର କମଳାକାନ୍ତ ରାଉତଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ପରେ ଅଭିଯୋଗ ନମ୍ୱର ୩୬୩ ମୂଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  ଶେଷରେ, ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଯୁବକ ବାଲେଶ୍ଵର ଜିଲ୍ଲା ଗୋପାଳପୁର ଅଞ୍ଚଳର ବାସିନ୍ଦା। ତା ନାଁରେ ଖନ୍ତାପଡ଼ା, ବରହମପୁର ଅଞ୍ଚଳରେ ବହୁ ଚୋରି ମାମଲା ଥିବା ଜଣାପଡିଛି। ତାଙ୍କ ଠାରୁ ବହୁ ସୁନା ଅଳଙ୍କାର ଜବତ ହୋଇଛି। ଅନ୍ୟପଟେ ମଙ୍ଗଳବାର ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Post a Comment

Previous Post Next Post
Header ADS