୨୨/୦୧/୨୩ :- ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ଘଟଣାରେ ନୂଆମୋଡ଼ ଆସିଛି। ଆଜି ପ୍ରେସ୍ମିଟ୍ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି। ମଦ ପିଇ ମୋତେ ବହୁତ ପିଟନ୍ତି। ମଦ ପିଇବାକୁ ବାରଣ କରିବାରୁ ସେ ମାଡ଼ ମାରନ୍ତି। ଏପରିକି ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି।’
Post a Comment