Header ADS

ଗୋପୀନାଥପୁର ସେବା ସମବାୟ ସମିତିର ୪୯ ତମ ସାଧାରଣ ସଭା ଅନୁଷ୍ଠିତ।

 ଗୋପୀନାଥପୁର ସେବା ସମବାୟ ସମିତିର ୪୯ ତମ ସାଧାରଣ ସଭା ଅନୁଷ୍ଠିତ।


ନୀଳଗିରି, ୦୬/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ଏନ.ଏ.ସି କଲ୍ୟାଣ ମଣ୍ଡପ ପରିସରରେ ଗୋପୀନାଥପୁର ସେବା ସମବାୟ ସମିତିର ୪୯ତମ ସାଧାରଣ ସଭା ଅନୁଷ୍ଠିତ ହୋଇଅଛି। ଏହି ସଭାରେ ସମିତିର ସଭାପତି ସୁଚିସ୍ମିତା ବେହେରା ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କର ସୁପରଭାଇଜର୍ ବଳଭଦ୍ର ମହାପାତ୍ର ମଞ୍ଚାସୀନ ରହି ଉପସ୍ଥିତ ଚାଷୀମାନ ଙ୍କୁ ଋଣ ଆଦାନ ପ୍ରଦାନ ବିଷୟରେ ଅବଗତ କରାଇବା ସହ ସେବା ସମବାୟ ସମିତିର ବିଭିନ୍ନ ପ୍ରକାରର ସୁବିଧା ବାବଦରେ ଆଲୋକ ପାତ କରିଥିଲେ। ସେହି ପରି ସମିତିର ପୂର୍ବତନ ସଭାପତି ରାଧାଗୋବିନ୍ଦ ଖଟୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମିତି ସହଯୋଗରେ ଚାଷୀମାନେ କିପରି ଉପକୃତ ହୋଇପାରିବେ ସେ ବିଷୟରେ ଅବଗତ କରାଇଥିଲେ। ସମିତିର ସଭାପତି ସୁଚିସ୍ମିତା ବେହେରା ଆୟ ବ୍ୟୟ ର ବାର୍ଷିକ ବିବରଣୀ ପଠନ କରିଥିଲେ।ଏହି ସଭାରେ ସମିତିର ସଭ୍ୟ ସଭ୍ୟା ତଥା ରମେଶ ପରିଡ଼ା, ଶିବଶଙ୍କର ଦାସ, ସରୋଜିନୀ ଗୋଚ୍ଛାୟତ, ରବୀନ୍ଦ୍ର ଜେନା, ଚିନ୍ତାମଣି ସେଠୀ, ଅଞ୍ଜୁ ମୁଖୀ, ରଞ୍ଜିତା ମହଲ, ବାସନ୍ତୀ ମହଲ, ସନ୍ତୋଷ ମଲିକ୍, ଗଦାଧର ପାତ୍ର, ହରିହର ନାୟକ, ଲକ୍ଷ୍ମୀଧର ରାଉଳ , ଉପସଭାପତି ରବୀନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମିତିର ସମ୍ପାଦକ ଭାଗିରଥୀ ପ୍ରଧାନ, ସମିତିର କର୍ମଚାରୀ ଦିଲ୍ଲୀପ ଖଟୁଆ, ରାଧାକୃଷ୍ଣ ସେଠୀ, କମଳେଶ ରାଉଳ, ଅଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍ତମ ଚାଷୀଙ୍କୁ ଓ ବେଷ୍ଟ ମହିଳା ଗୋଷ୍ଠୀ ଙ୍କୁ ସମ୍ମାନିତ କରଯାଇଥିଲା। ଏହି ସଭାରେ ୩୦୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ। ଏହା ସହ ଚାଷୀ ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା।

Post a Comment

أحدث أقدم
Header ADS