ଘରକୁ ନ ଛାଡ଼ିବାରୁ ଫିନାଇଲ ପିଇଲେ ଆଶ୍ରମର ଛାତ୍ରୀ
ନୀଳଗିରି,୨୨/୯(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଧୋବଶିଳା ସ୍ଥିତ କନ୍ୟା କୃଷ୍ଣ କନ୍ୟା ସୁକୁରି ଆଶ୍ରମରେ ଜୈନିକ ଷଷ୍ଠ ଶ୍ରେଣୀର ଛାତ୍ରୀକୁ ଘରକୁ ନ ଛାଡ଼ିବାରୁ ଶେଷରେ ଛାତ୍ରୀ ଜଣକ ପାଇଖାନା ଘରେ ଥିବା ଫିନାଇଲ୍ ପିଇଦେଇ ଥିଲେ। ଆଶ୍ରମର କର୍ତ୍ତୁ ପକ୍ଷ ଜାଣିବା ପରେ ତୁରନ୍ତ ନିଳଗିରି ମେଡ଼ିକାଲକୁ ଆଣିଥିଲେ। ଏବେ ଛାତ୍ରୀ ଜଣକ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଛି। ତେବେ ଘରକୁ ନ ଛାଡିବା ନା ଅନ୍ୟ କିଛି କାରଣ ପାଇଁ ଏପରି ପଦକ୍ଷେପ ଗ୍ରହଣ କଲା, ତାହା ଉଚ୍ଚ ସ୍ତରୀୟ ତଦନ୍ତ କଲେ ପ୍ରକୃତ କାରଣ ଜଣାପଡିବ ବୋଲି ସାଧାରଣରେ ଦାବି ହେଉଛି। ତେବେ ଛାତ୍ରୀ ଜଣକ ମିତ୍ରପୁର କଲ୍ୟାଣୀ ଗ୍ରାମର ବୋଲି ଜଣାପଡିଛି। ଛାତ୍ରୀର ଆଈ ମେଡିକାଲରେ ଥିବା ବେଳେ ୱାଡେନ୍ ମଧ୍ୟ ମେଡିକାଲରେ ରହି ତଦାରଖ କରୁଥିବା ଦେଖିବାକୁ ମିଳିଛି।



إرسال تعليق