Header ADS

ଖମଣମୁଣ୍ଡା ପ୍ରାଥମିକ ସ୍କୁଲ ଭୁଶୁଡିଲା

 ଖମଣମୁଣ୍ଡା ପ୍ରାଥମିକ ସ୍କୁଲ ଭୁଶୁଡିଲା 



ରେଢ଼ାଖୋଲ,୫/୮(ଓଡ଼ିଶା ଆଦର୍ଶ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଖମଣମୁଣ୍ଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଗତ ଲଗାଣ ବର୍ଷାରେ ଶଳିବାର ଦିନ ୧୦. ୩୦ମିନିଟ ବେଳକୁ ହଠାତ ଭୁଶୁଡି ପଡିଥିଲା I ସେହି ସମୟରେ ଅଙ୍ଗନୱାଡ଼ି ଶିଶୁମାନେ ଭିତର କୋଠରୀରେ ବସି ପଢୁଥିଲେ । ପ୍ରଚଣ୍ଡ ଶବ୍ଦ ହେବାରୁ ଛୁଆମାନେ ଚିତ୍କାର କରିବା ସହ ଅଙ୍ଗନୱାଡ଼ି କର୍ମୀ ଡରିଗଲେ | ବାହାର ବାରଣ୍ଡା କଲମ ଗଳି ପଢ଼ିଥିଲାବେଳେ ଠିକ ତାହାର ତଳେ ୨ଜଣ ଶିଶୁ ଶୋଇଥିଲେ ଅଙ୍ଗନୱାଡ଼ି କର୍ମୀ ତାହାରି ଭିତରୁ ଶିଶୁଙ୍କୁ ଉଦ୍ଧାର କରି ସୁରକ୍ଷିତ ଜାଗାକୁ ନେଇଯିବା ସହିତ ଛୁଟି କରି ଘରକୁ ଚାଲିଯାଇଥିଲେ । ଅଙ୍ଗନୱାଡ଼ି ସେଣ୍ଟରର ନିଜସ୍ବ ଘର ନଥିବାରୁ ପାଣି ବନ୍ଦୀ ପାଇଁ ବର୍ଷା ଦିନେ ପ୍ରୟାତଃ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଥାଏ I ନିଜ ଘର ଅଭାବରୁ ଅଙ୍ଗନୱାଡ଼ି କର୍ମୀ ଶିଶୁ ମାନଙ୍କୁ ନେଇ ସେଠି ପାଠ ପଢ଼ାଇଥାନ୍ତି । ଏମିତି ଅସୁରକ୍ଷିତ ଶ୍ରେଣୀ କୋଠରୀ କେବଳ ଇଟାରେ ଛିତା ହୋଇଛି। ସୁରକ୍ଷା ପାଇଁ କେହି ଯାଞ୍ଚ କରୁନାହଁନ୍ତି । ପ୍ରଶାସନଙ୍କ ଅବହେଳା ପାଇଁ କୋମଳମତି ନିଷ୍ଠାପ ଛୁଆଙ୍କ ଜୀବନ ଯାଇ ଥାଆନ୍ତା । ଏପଟେ ଗ୍ରାମବାସୀ ଓ ଅଭିଭାବକ ସୁରକ୍ଷିତ ଘର ହେଲେ ଛୁଆଙ୍କୁ ବିଦ୍ୟାଳୟକୁ ପଠାଇବୁ ନୋହିଲେ ପଠାଇବୁ ନାହିଁ ବୋଲି କହିଛନ୍ତି। ଦୁର୍ବଳ ଘର ଭୁଶୁଡି ପଡ଼ିଥିବା ପାଇଁ କିଏ ଦାୟୀ ତାହାର ତଦନ୍ତ ହେବା ଆବଶ୍ୟକ ରହିଛି ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Post a Comment

أحدث أقدم
Header ADS