ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ନେଇ ପ୍ରସ୍ତୁତି ବୈଠକ।
ନୀଳଗିରି,୯/୮(ଓଡ଼ିଶା ଆଦର୍ଶ):ଆଜି ଭାରତୀୟ ଜନତା ପାର୍ଟି, ନୀଳଗିରି ତରଫରୁ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ପାଇଁ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ନୀଳଗିରିଠାରେ ଅନୁଷ୍ଠିତ ହୋଇଯାଇଅଛି l ସାଧାରଣ ନାଗରିକ ଏବଂ ଭାରତର ଭବିଷ୍ୟତ ଅମୃତ ପିଢ଼ିଙ୍କ ଭିତରେ ରାଷ୍ଟ୍ରପ୍ରେମ କୁ ଜାଗ୍ରତ କରିବା ପାଇଁ ଆଗାମୀ ୧୩ ତାରିଖରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ୧୧ରୁ ୧୪ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଅଛି l ଭାରତୀୟ ଜନତା ପାର୍ଟି ତରଫରୁ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା,ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସମର ଶଙ୍କର କାନୁନଗୋ,ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ଆଚାର୍ଯ୍ୟ,ବରିଷ୍ଠ ସଦସ୍ୟ ମନୀନ୍ଦ୍ର ରାଉତ,ମନୋରଞ୍ଜନ ମହାନ୍ତି,ନଗର ମଣ୍ଡଳ ସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ,ରତିକାନ୍ତ ବେହେରା, ରମାକାନ୍ତ ବେହେରା,ରତିକାନ୍ତ ସିଂ ଏବଂ ଯୁବମୋର୍ଚ୍ଚାର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ l



إرسال تعليق