Header ADS

ହୋଟେଲ ସୂର୍ଯ୍ୟପଦ୍ମା (ଜଗନ୍ନାଥଧାମ, ପୁରୀ) ତରଫରୁ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ରହିବାର ସୁବର୍ଣ୍ଣସୁଯୋଗ।

 ହୋଟେଲ ସୂର୍ଯ୍ୟପଦ୍ମା (ଜଗନ୍ନାଥଧାମ, ପୁରୀ) ତରଫରୁ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ରହିବାର ସୁବର୍ଣ୍ଣସୁଯୋଗ।


ନୀଳଗିରି, ୨୮/୦୮(ଓଡ଼ିଶା ଆଦର୍ଶ):ହୋଟେଲ ସୂର୍ଯ୍ୟପଦ୍ମା (ଜଗନ୍ନାଥଧାମ, ପୁରୀ) ତରଫରୁ ବିଶେଷ ସୁଯୋଗ।ସିଭିଲସର୍ଭିସ ପରୀକ୍ଷା ପାଇଁ ଇଛୁକ କେବଳ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ । ବାଲେଶ୍ୱର ଜିଲ୍ଲା ଏବଂ ବିଶେଷକରି ନୀଳଗିରି ଅଞ୍ଚଳର ଗରିବ ମେଧାବୀ ପିଲାମାନେ ଯେଉଁମାନେ ଭୁବନେଶ୍ୱରରେ ରହି ସିଭିଲସର୍ଭିସ ପରୀକ୍ଷାଦେବାକୁ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ନିଃଶୁଳ୍କ ରହିବାର ସୁବର୍ଣ୍ଣସୁଯୋଗ ଆଣିଦେଇଛି ହୋଟେଲ ସୂର୍ଯ୍ୟପଦ୍ମା। UPSC ଏବଂ OPSC ଭଳି ସିଭିଲ ସର୍ଭିସ ପରୀକ୍ଷାଦେଇ IAS ଓ OAS ହେବାକୁ ସ୍ବପ୍ନ ଦେଖୁଥିବା ୧୦ଜଣ ଗରୀବ ମେଧାବୀ ପିଲାମାନଙ୍କୁ ଚଳିତବର୍ଷ ଭୁବନେଶ୍ୱର ସ୍ଥିତ ହୋଟେଲ ସୂର୍ଯ୍ୟପଦ୍ମାରେ ନିଃଶୁଳ୍କ ରହିବାର ସୁଯୋଗ ଆଣିଦେଇଛନ୍ତି ହୋଟେଲର ସତ୍ଵାଧିକାରୀ ତଥା ଯୁବସମାଜସେବୀ ସଞ୍ଜୟ କୁମାର ଭୋଳ। ତେଣୁ ଆବଶ୍ୟକୀୟ ପ୍ରମାଣପତ୍ର ସହ 909055195 ଏବଂ 9853782544 (ୱାଟସ୍ ଅପ୍) ନମ୍ବରରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି। ଠିକଣା - ହଂସପାଳ (ପୁରୀ କେନାଲରୋଡ), ଶିବଶକ୍ତି ନଗର, ଲେନ୍ -୧୨, ଭୁବନେଶ୍ୱର, ପିନ୍ - ୭୫୨୧୦୧(ଓଡ଼ିଶା)।

ବି:ଦ୍ର :-ପ୍ରାଥମିକତା ଭିତ୍ତିରେ କେବଳ ୧୦ଜଣ ପିଲାଙ୍କୁ ଏହି ସୁଯୋଗ ପ୍ରଦାନ କରାଯିବ।

Post a Comment

أحدث أقدم
Header ADS