Header ADS

ମାଆ ଛେଉଣ୍ଡ ୪ ଭଉଣୀ ପାଖରେ ପହଞ୍ଚିଲେ ନୀଳଗିରି ଉପଜିଲ୍ଲାପାଳ।

 ମାଆ ଛେଉଣ୍ଡ ୪ ଭଉଣୀ ପାଖରେ ପହଞ୍ଚିଲେ ନୀଳଗିରି ଉପଜିଲ୍ଲାପାଳ।


ନୀଳଗିରି, ୨୧/୦୮(ଓଡ଼ିଶା ଆଦର୍ଶ):ଭୋକ ଉପବାସରେ ରହୁଥିବା ବାପା, ମାଆ ଛେଉଣ୍ଡ ୪ ଭଉଣୀଙ୍କ ପାଖରେ ପହଞ୍ଚିଲେ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ। ନୀଳଗିରି ଏନଏସି ମଧ୍ୟରେ ଏଭଳି ଘଟଣାକୁ ଦେଖି ଉପଜିଲ୍ଲାପାଳ ଶ୍ରୀମତି ରଥ ଆଶ୍ଚର୍ଯ୍ଯ ହୋଇଥିଲେ। ସୂଚନା ବାଲେଶ୍ଵର ଜିଲ୍ଲା ନୀଳଗିରି ଏନ.ଏ.ସି ୨ନଂ ୱାର୍ଡ ଅଧୀନ ଘାଟଘରସାହି ଅଞ୍ଚଳରେ ସ୍ପର୍ଣ୍ଣଚୂଡ଼ ପାହାଡ଼ ପାଦଦେଶ ପାନବରଜ ଗାଁରେ ବାପା ଗଦା ବେହେରା ଓ ମାତା ସୁନି କିଛିଦିନ ଆଗରୁ ଚାରି ଝିଅଙ୍କୁ ଏକୁଟିଆ କରି ଜଣକ ପରେ ଜଣେ ଆରପାରିକୁ ଚାଲି ଯାଇଥିଲେ। ଏହାପରେ ଏହି ପରିବାର ଉପରେ ଦୁଃଖର ବାଦଲ ମାଡି ଆସିଥୁଲା I ବଡ଼ ଭଉଣୀ କାମ କରି ଅନ୍ୟ ତିନି ଭଉଣୀ ଙ୍କ ପେଟ ପୋଷୁଥିବା ବେଳେ ସାନ ଭଉଣୀ ରୋଗଗ୍ରସ୍ତ। ପାହାଡ଼ ଚତୁରି ପାଦଦେଶ ଥିବା ଘରେ ଚାରି ଭଉଣୀ ରହିବା ବଡ଼ କଷ୍ଟ ସାଧ୍ୟ ହୋଇଥିବା ବେଳେ ଲଗାଣ ବର୍ଷା, ପାହାଡ଼ ପାଣି, ଭାଲୁ, ଆଦି ଯେମିତି ସମସ୍ତ ଦୁଃଖ ଏହି ବାପା, ମାଆ ଛେଉଣ୍ଡ ୪ ଭଉଣୀଙ୍କ ଆଣି ଦେଇଛି। ଏହି ଘଟଣା ଖବର ପାଇ ଶ୍ରୀମତୀ ରଥ ଗୁରୁବାର ତାଙ୍କ ଘରେ ପହଞ୍ଚି ଚାରି ଭଉଣୀ ଙ୍କ ଦୁଃଖ ବୁଝିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ପାହାଡ଼ ପାଦଦେଶରେ ଝିଅ ପିଲା ରହିବା ନିରାପଦ ନୁହଁ ହୃଦବୋଧ କରି ପିଲାମାନଙ୍କର ଭବିଷ୍ୟତ ପାଇଁ ସରକାରୀ ଯୋଜନାରେ ଯାହା ସୁବ୍ୟବସ୍ଥା ହୋଇପାରିବ ସେ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Post a Comment

أحدث أقدم
Header ADS