Header ADS

ଜନସେବାରେ ବ୍ରତୀ ପୂର୍ବତନ ପ୍ରଶାସନିକ ଅଧିକାରୀ ସରୋଜ ସେଠୀ।

 ଜନସେବାରେ ବ୍ରତୀ ପୂର୍ବତନ ପ୍ରଶାସନିକ ଅଧିକାରୀ ସରୋଜ ସେଠୀ।


ନୀଳଗିରି,୨/୮(ଓଡ଼ିଶା ଆଦର୍ଶ):ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟକରି ଗତମାସ ଇଡକୋର ଚେୟାରମେନ୍ ପଦରୁ ଅବସରଗ୍ରହଣ କରିଛନ୍ତି ନୀଳଗିରି ମାଟିର ପୁଅ ସରୋଜ କୁମାର ସେଠୀ। ଅବସରପରେ ଅବଶିଷ୍ଟ ଜୀବନ ଜନ୍ମମାଟିର ଗରୀବ,ଖଟିଖିଆ,ସାଧାରଣଜନତାଙ୍କ ସେବାରେ ନିଜର ପ୍ରଶାସନିକ ଜୀବନର ଅଭିଜ୍ଞତାକୁ ଭିତ୍ତିକରି କାର୍ଯ୍ୟକରିବା ଲକ୍ଷ୍ୟରେ ଆଗକୁ ପାଦ ବଢାଇଛନ୍ତି। ତେବେ ପ୍ରଶାସନିକ ସେବାରେ ଥାଇମଧ୍ୟ ସମୟ ମିଳିଲେ ଅଧିକାଂଶ ସମୟରେ ନୀଳଗିରି ଅଞ୍ଚଳରେ ପହଞ୍ଚି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ଦେଖିବାକୁ ମିଳିଥିଲା। ତେବେ ଚଳିତ ଲଘୁଚାପଜନିତ ଲଗାଣବର୍ଷାରେ ସମଗ୍ର ଓଡ଼ିଶା ଜଳାର୍ଣ୍ଣବ ହୋଇ ମହାବିପତ୍ତି ଦେଖାଦେଇଥିବା ବେଳେ ନୀଳଗିରି ଉପଖଣ୍ଡର ଶତାଧିକ ଅଞ୍ଚଳର ଲୋକମାନଙ୍କର ବହୁ ଧନଜୀବନ ନଷ୍ଟହେବା ସହିତ କ୍ଷୟକ୍ଷତି ହୋଇଥିଲା। ଏପରି ସ୍ଥିତିରେ ପୂର୍ବତନ ଜିଲ୍ଲାପାଳ ତଥା ଇଡକୋର ପୂର୍ବତନ ଚେୟାରମେନ୍ ସରୋଜ ସେଠୀ ଗାଁ କୁ ଗାଁ ବୁଲି ଲୋକଙ୍କ ଦୁଃଖରେ ସମଭାଗି ହେବାସହିତ କିପରି ତୁରନ୍ତ ସରକାରୀ ସାହାଯ୍ୟ ମିଳିପାରିବ ସେଥିପ୍ରତି ଦୃଷ୍ଟିଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟତଃ ବ୍ଲକର ଅଯୋଧ୍ୟା, ବାଲିପାଳ , ତିନିଦେଶ, ନରସିଂହପୁର ପ୍ରଭୃତି ଅଞ୍ଚଳବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ। ଏତଦ୍ଭିନ୍ନ ବ୍ଲକର ଭଉଁରିଆବାଡ ପଞ୍ଚାୟତ ତୁଳସୀଡିହା ଗ୍ରାମର ୪ଥରର ସରପଞ୍ଚ ଆଦିବାସୀନେତା ରଘୁନାଥ ସିଂଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ କିଛି ଆର୍ଥିକ ସାହାଯ୍ୟ କରିଥିବା ଜଣାଯାଇଛି। ସରୋଜ ସେଠୀଙ୍କ ଏହି ଗସ୍ତକାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ଭୁଗୁଡ଼ି, କମଳକିଶୋର ପଣ୍ଡା, ରତିକାନ୍ତ ବେହେରା, ରାଜୀବ ସିଂ, ମନୋଜ କୁମାର ସିଂ ପ୍ରମୁଖ ବହୁ ଶୁଭେଚ୍ଛୁ ସହଯୋଗ କରିଥିବା ଦେଖାଯାଇଥିଲା। ଶ୍ରୀଯୁକ୍ତ ସେଠୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Post a Comment

أحدث أقدم
Header ADS