ବିଲୁପ୍ତ ପ୍ରଜାତିର ବିଷଧର ସର୍ପ ଉଦ୍ଧାର।
ନୀଳଗିରି,୨୩/୭(ଓଡ଼ିଶା ଆଦର୍ଶ):ନିଳଗିରି ଏନ୍ ଏ ସି ର ନିଜଗଡସ୍ଥିତ ଆଦିବାସୀ ଶିକ୍ଷଣ ସାଧନ କେନ୍ଦ୍ର ରେ ଦୁଇଟି ଡାକୁଆ ବୋଡ଼ା ସାପ କୁ ଉଦ୍ଧାର କରାଯାଇଛି। ଉକ୍ତ କେନ୍ଦ୍ରରେ ବିବେକାନନ୍ଦ ପାଠ ଚକ୍ର ସଂଗଠନର ଏକ କ୍ୟାମ୍ପ ଚାଲିଥିବା ବେଳେ ସଂଗଠନର କର୍ମକର୍ତ୍ତା ଅଜିତ୍ କୁମାର ମହାନ୍ତି ସାପ ଦୁଇଟିକୁ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପଲାଇନ ର ସଦସ୍ୟ ହରେକୃଷ୍ଣ ରାଉତଙ୍କୁ ଖବର ଦେବା ପରେ ଶ୍ରୀ ରାଉତ ବିଷାକ୍ତ ସାପ ଦୁଇଟିକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।



إرسال تعليق