Header ADS

ଚେକ୍ ବାଉନ୍ସ ମାମଲାରେ ମୁଦାଲା ଦଣ୍ଡିତ।

 ଚେକ୍ ବାଉନ୍ସ ମାମଲାରେ ମୁଦାଲା ଦଣ୍ଡିତ।


ନୀଳଗିରି,୨୭/୯(ଓଡ଼ିଶା ଆଦର୍ଶ):ଏକ ଚେକ୍ ବାଉନ୍ସ ମାମଲାରେ ବିଚାର କରି ମାନ୍ୟବର ଏସଡ଼ିଜେଏମ୍ ମୋନାଲିସା ପଣ୍ଡା ମୁଦାଲାକୁ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ ବରହମପୁର ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ରସାନନ୍ଦ ସାହୁଙ୍କ ପୁଅ ଜୟନ୍ତ କୁମାର ସାହୁ ଉକ୍ତ ଗ୍ରାମର ବସନ୍ତ ଚୌଧୁରୀ ଙ୍କ ଝିଅ ସତ୍ୟଭାମା ଚୌଧୁରୀ ଙ୍କ ଠାରୁ ଏକ ପିକ୍ଅପ୍ ଗାଡ଼ି କିଣିବା ପାଇଁ ଦଶ ଲକ୍ଷ ଛୟାଳିଷ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ। ଟଙ୍କା ନ ଫେରିବାରୁ ଗ୍ରାମର ଭଦ୍ରଲୋକଙ୍କୁ ଡାକିଥିଲେ। ଶେଷରେ ଜୟନ୍ତ କୁମାର ସାହୁ ତିନୋଟି ଚେକ୍ ପ୍ରଦାନ କରିଥିଲେ। ଆକାଉଣ୍ଟରେ ଟଙ୍କା ନ ଥିବାରୁ ଶେଷରେ ସତ୍ୟଭାମା କୋର୍ଟ ରେ ଆଶ୍ରୟ ନେଇଥିଲେ। ଉକ୍ତ ମାମଲାର ବିଚାର କରି ମାନ୍ୟବର ଏସଡ଼ିଜେଏମ୍, ନିଳଗିରି ମୋନାଲିସା ପଣ୍ଡା ସମସ୍ତ ସାକ୍ଷୀ ଓ ଦସ୍ତାବିଜ୍ କୁ ଆଧାର କରି ମୁଦାଲାକୁ ଏକ ବର୍ଷ କାରାଦଣ୍ଡ ସହ ତିନି ଲକ୍ଷ ପଚାଶ ହଜାର ଟଙ୍କା ଦେବାକୁ ରାୟ ପ୍ରକାଶ କରିଛନ୍ତି। କ୍ଷତି ପୂରଣ ରାଶି ଅଣ ଆଦାୟ ପାଇଁ ଅଧିକ ତିନି ମାସ ଜେଲ୍ ଦଣ୍ଡ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ମୁଦେଇଙ୍କ ତରଫରୁ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ ମୋକଦ୍ଦମା ଲଢ଼ୁ ଥିବାବେଳେ ଆଇନଜୀବୀ ଅମୀୟ କୁମାର ନାୟକ ଓ ବିନୟ ପ୍ରଧାନ ସହଯୋଗ କରିଥିଲେ।

Post a Comment

أحدث أقدم
Header ADS