Header ADS

ଦୁର୍ଘଟଣାରେ ଖବରକାଗଜ ବିଜ୍ଞାପନ ବିଭାଗ ଅଧିକାରୀଙ୍କ ଅକାଳ ବିୟୋଗ

 ଦୁର୍ଘଟଣାରେ ଖବରକାଗଜ ବିଜ୍ଞାପନ ବିଭାଗ ଅଧିକାରୀଙ୍କ ଅକାଳ ବିୟୋଗ 



ବାଲେଶ୍ଵର,୨୨/୭(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲାର ଦୈନିକ ଓଡ଼ିଆ ଖବରକାଗଜ 'ପ୍ରମେୟ' କାର୍ଯ୍ୟାଳୟର ବିଜ୍ଞାପନ ବିଭାଗ ଅଧିକାରୀ ପ୍ରଦୀପ ପ୍ରଧାନ ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପ୍ରଦୀପ ଙ୍କ ଘର ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ବେନ୍ତାଳ ଗାଁରେ।

ସୂଚନା ଅନୁଯାୟୀ ଶ୍ରୀ ପ୍ରଧାନ ମଙ୍ଗଳବାର ସନ୍ଧ୍ୟାରେ ' କାର୍ଯ୍ୟାଳୟ ରୁ କାମ ସାରି ଘରକୁ ଯାଉଥବା ବେଳେ ଆଇଟିଆଇ ଛକ ଟ୍ରାଫିକ ପୋଷ୍ଟରେ ରେଡ୍ ଲାଇଟ୍ ସିଗନାଲ ହୋଇଥିବାରୁ ଛିଡ଼ା ହୋଇଥିଲେ। ଏହି ସମୟରେ ପଛପଟୁ ଦୃତଗତିରେ ଏକ ଘରେଇ ଆମ୍ବୁଲାନ୍ସ ଆସି ଶ୍ରୀ ପ୍ରଧାନ ଙ୍କୁ ଧକ୍କା ଦେଈ କିଛି ବାଟ ଘୋଷାଡ଼ି ନେଇଥିଲା ଫଳରେ ଶ୍ରୀ ପ୍ରଧାନ ଙ୍କ ହାତ, କାନ୍ଧ ପଞ୍ଚରା ହାଡ଼ରେ ଗଭୀର ଆଘାତ ଲାଗିଥିଲା। ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଆମ୍ବୁଲାନ୍ସଟି ଫେରାର ହୋଇଯାଇଥିଲା। ତୁରନ୍ତ ଶ୍ରୀ ବେହେରାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା ହେଲେ ସେଠାରେ ସ୍ୱାସ୍ଥ୍ୟ ଅଵସ୍ଥା ଖରାପ ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘୋରେଇ ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଶ୍ରୀ ପ୍ରଧାନ ଟ୍ରାଫିକ ନିୟମ ପାଳନ କରୁଥିବା ବେଳେ ବିନା ସାଇରନ୍ ଏବଂ ଦୃତ ଗତିରେ ଆସି ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଏନେଇ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି।ଦୃର୍ଘଟଣା ଘଟାଇଥିବା ଡ୍ରାଇଭର କୁ ତୁରନ୍ତ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି।

Post a Comment

أحدث أقدم
Header ADS